ଦ୍ବିତୀୟ ପର୍ଯ୍ୟାୟରେ କମିଲା ମତଦାନ ହାର : ପ୍ରଥମ ପର୍ଯ୍ୟାୟରେ ୭୩.୭୬ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ହେଲା ୭୨ ପ୍ରତିଶତ

Published By : Prameya-News7 Bureau | April 19, 2019 IST

ଭୁବନେଶ୍ବର ୧୯|୪: ଗତକାଲି ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ମତଦାନ ହାର ୭୨ ପ୍ରତିଶତ ବୋଲି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଗତକାଲି ରାଜ୍ୟର ୫ଟି ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ମତଗ୍ରହଣ ହୋଇଥିଲା । ୫ଟି ଲୋକସଭା ହେଲା ବରଗଡ, ବଲାଙ୍ଗିର, କନ୍ଧମାଳ, ଆସିକା ଏବଂ ସୁନ୍ଦରଗଡ । ଏଥି ମଧ୍ୟରୁ ବରଗଡ ଲୋକସଭା ଆସନରେ ୭୭.୭୩, ସୁନ୍ଦରଗଡ ଲୋକସଭା ଆସନରେ ୭୧.୪୪, ବଲାଙ୍ଗିର ଲୋକସଭା ଆସନରେ ୭୩.୧୯, କନ୍ଧମାଳ ଲୋକସଭା ଆସନରେ ୬୯.୩୩ ଏବଂ ଆସିକା ଲୋକସଭା ଆସନରେ ୬୫.୯୦ ପ୍ରତିଶତ ମତଦାନ ହୋଇଛି । ଗତ ୯ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ୭୩.୭୬ ପ୍ରତିଶତ ହୋଇଥିଲା ।   

{"id":104705}

ସୁନ୍ଦରଗଡର ଲୋକସଭା ଅନ୍ତର୍ଗତ ବଣାଇ ଓ ସୁନ୍ଦରଗଡର ଗୋଟିଏ ଲେଖାଏଁ ବୁଥ୍ ଓ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଦଶପଲ୍ଲାର ୨ଟି ବୁଥରେ ପୁନଃ ମତଗ୍ରହଣ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି ।

{"id":104932}

ସେହିଭଳି ଗଞ୍ଜାମ ଜିଲ୍ଲା ଆସିକା ଲୋକସଭା ଅନ୍ତ୍ରଗତ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳିର ଗୋଟିଏ ବୁଥରେ ବିଜେପି ପ୍ରାର୍ଥୀ ନୀଳମଣି ବିଶୋଇ ଇଭିଏମ କଚାଡି ଦେଇଥିବା ଅଭିଯୋଗ ହୋଇଥିଲା । ଦେବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବଦିନ କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ତାଣ୍ଡବ ଦେଖିବାକୁ ମିଳିଥିଲା । ସମରବନ୍ଧ ଘାଟୀରେ ମାଓବାଦୀମାନେ ପୋଲିଂ ପାର୍ଟି ଗାଡି ପୋଡିଦେଇଥିବା ବେଳେ ମାଓବାଦୀଙ୍କ ଗୁଳିମାଡରେ ଜଣେ ମହିଳା ସେକ୍ଟର ଅଫିସରଙ୍କ ମୃତ୍ୟୁ ହୋଇଥିଲା । 

ବରଗଡ ଜିଲ୍ଲାରେ ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ବରଗଡ ପ୍ରିଜାଇଡିଂ ଅଧିକାରୀ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.