Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ମହାରାଷ୍ଟ୍ରରେ କରୋନା ବେଲଗାମ୍ : ୨୪ ଘଣ୍ଟାରେ ୭ ଅଧିକାରୀଙ୍କ ସମେତ ୭୨ ପୋଲିସକର୍ମୀ ସଂକ୍ରମିତ

10/05/2020 at 1:14 PM

ମୁମ୍ବାଇ ୧୦/୦୫ : ମହାରାଷ୍ଟ୍ର ପୋଲିସରେ କରୋନା ସଂକ୍ରମଣ ମାମଲା ବ୍ୟାପିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ପୋଲିସର ୭ ଜଣ ଅଧିକାରୀଙ୍କ ସମେତ ୭୨ ପୋଲିସକର୍ମୀ ସଂକ୍ରମଣର ଶିକାର ହୋଇଛନ୍ତି | ପୋଲିସକର୍ମୀଙ୍କ ମଧ୍ୟରେ କରୋନା ମାମଲା ବୃଦ୍ଧି ପାଇଛି | ଏବେ ସୁଦ୍ଧା ୭୮୬ ପୋଲିସକର୍ମୀ ସଂକ୍ରମଣର ଶିକାର ହୋଇସାରିଛନ୍ତି | ଏମାନଙ୍କ ମଧ୍ୟରୁ ୮୮ ପୋଲିସ ଅଧିକାରୀ ଥିବାବେଳେ ୬୯୮ ପୋଲିସ କର୍ମଚାରୀ ଅଛନ୍ତି | ଘାତକ ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ୭ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ହେଲାଣି | ୭୬ ପୋଲିସକର୍ମୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ସୂଚନାଯୋଗ୍ୟ ଯେ, ଗତ ୪ ଦିନରେ ୩୩୦ କର୍ମୀ କରୋନା ପଜିଟିଭ ଥିବା ଜଣାପଡିଛି |

ଖଜୁରୀ ଥାନାର ୬ ପୋଲିସକର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି | ଅଧିକାରୀଙ୍କ କହିବାନୁଯାୟୀ ସମସ୍ତ କର୍ମୀଙ୍କ ଅଲଗା ଅଲଗା ଜାଗାରେ ନିୟୋଜିତ ଥିଲେ | ଏମାନେ କରୋନା ରୋଗୀଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ | ବଜିରାବାଦ ସ୍ଥିତ ଏକ କ୍ଵାରେଣ୍ଟାଇନ କେନ୍ଦ୍ରରେ ମଧ୍ୟ କିଛି ପୋଲିସକର୍ମୀଙ୍କୁ ନିୟୋଜିତ କରାଯାଇଥିଲା | ୪ ହେଡ଼ କନେଷ୍ଟବଳ ଓ ୨ କନେଷ୍ଟବଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି |

ଏହା ପୂର୍ବରୁ ଦକ୍ଷିଣ ମୁମ୍ବାଇର ଜେ ଜେ ମାର୍ଗ ପୋଲିସ ଥାନାରେ ନିୟୋଜିତ ୧୨ ଅଧିକାରୀଙ୍କ ସମେତ ୨୬ ପୋଲିସକର୍ମୀ କରୋନାରେ ଆକ୍ରାନ୍ତ ହୋଇଥିଲେ | ଏହି ସଂକ୍ରମିତ ପୋଲିସକର୍ମୀଙ୍କ ସମ୍ପର୍କରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ଆଇସୋଲେସନକୁ ପଠାଇ ଦିଆଯାଇଥିଲା | ତେବେ ଜେ ଜେ ମାର୍ଗ ପୋଲିସ ଥାନା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି |

ଶନିବାର ଦିନ ମହାରାଷ୍ଟ୍ରରେ ୧୧୬୫ ନୂଆ କରୋନା ମାମଲା ସାମ୍ନାକୁ ଆସିଛି | ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ୨୨୮ ରେ ପହଞ୍ଚିଛି | ଏହା ଦେଶର ମୋଟ ହାରର ୩୩ ପ୍ରତିଶତ | କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ରାଜ୍ୟରେ ମୃତକଙ୍କ ସଂଖ୍ୟା ୭୭୯ରେ ପହଞ୍ଚିଛି | ୧୧୬୫ ପଜିଟିଭ ମାମଲାରୁ ୭୨୨ ମାମଲା କେବଳ ମୁମ୍ବାଇ ସହରର ବୋଲି ଜଣାପଡିଛି | ୨୭ ଜଣଙ୍କ ମୃତ୍ୟୁ ହୋଇସାରିଛି | କେବଳ ମୁମ୍ବାଇରେ ସଂକ୍ରମଣ ସଂଖ୍ୟା ୧୨ ହଜାର ୮୬୪ ରେ ପହଂଚିଥିବାବେଳେ ମୃତକଙ୍କ ସଂଖ୍ୟା ୪୮୯ରେ ପହଞ୍ଚିଛି |

   Related Posts