Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା

11/06/2020 at 11:27 AM

ପାଟଣା ୧୧।୦୬: ପଞ୍ଚାୟତକୁ ୭୨ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ପଲାଣଘାଟି ପଞ୍ଚାୟତର ୫ ଟି ଗ୍ରାମ କୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସରପଞ୍ଚ ନେତ୍ରମଣି ନାଏକ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀଙ୍କ ଠାରେ କରୋନା ସଂକ୍ରମଣ ଜଣାପଡିବା ପରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ,  ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀଙ୍କ ଠାରେ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ମହିଳା ସରପଞ୍ଚ ନେତ୍ରମଣି ନାଏକ ପଞ୍ଚାୟତର ୫ ଟି ଗ୍ରାମ କୁ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି।  ପଞ୍ଚାୟତ ଅନ୍ତର୍ଗତ କୁମୁଳା ବାହାଳି, ଗୋଧିରାମପଡା, ଜାମୁଳେଇବେଡା, ପଲାଣଘାଟି ଓ ସଡ଼ଙ୍ଗବାହାଳି, ଆଦି ୫ଟି ଗ୍ରାମକୁ ୭୨ ଘଣ୍ଟିଆ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ।  ଏହି ସମୟରେ କୌଣସି ଦୋକାନ ବଜାର ଖୋଲିବ ନାହିଁ ।  ସଟଡାଉନ୍ ନିୟମକୁ କଡାକଡି ଭାବେ ଲୋକମାନେ ମାନିବାକୁ ସରପଞ୍ଚ କଡା ନିର୍ଦେଶ ଦେଇଛନ୍ତି । ଯଦି ଆଇନ୍ୟ ଅମାନ୍ୟ କରିବ ତେବେ  କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମହିଳା  ସରପଞ୍ଚ ନେତ୍ରମଣି ନାଏକ।

   Related Posts