ସରପଞ୍ଚ ବ୍ୟବହାର କଲେ ଜିଲ୍ଲାପାଳଙ୍କ କ୍ଷମତା, ପଞ୍ଚାୟତକୁ କଲେ ୭୨ ଘଣ୍ଟିଆ ସଟ୍‌ଡାଉନ୍

Published By : Prameya-News7 Bureau | June 10, 2020 IST

ପାଟଣା ୧୦।୦୬:  ପଞ୍ଚାୟତକୁ ୭୨ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା । କେନ୍ଦୁଝର ଜିଲ୍ଲା ସିଲିପଦା ପଞ୍ଚାୟତ ଅଞ୍ଚଳ କୁ ୭୨ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ସାହାରପଡା ବ୍ଲକ୍ ସିଲିପଦା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ।

{"id":283887,"sizeSlug":"large"}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସିଲିପଦା ପଞ୍ଚାୟତ ଅଞ୍ଚଳକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୭୨ ଘଣ୍ଟା ପାଇଁ ସଟଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ସିଲିପଦା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଙ୍କ ଠାରେ କରୋନା ସଂକ୍ରମଣ ଦେଖା ଦେବା ପରେ ହେବା ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

ସରପଞ୍ଚ ରମେଶ ଚନ୍ଦ୍ର ମୁଣ୍ଡା ୪ ଟି ଗାଁକୁ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି। ଏହି ପଞ୍ଚାୟତ ଅନ୍ତର୍ଗତ ବେଗନା ,ସିଲିପଦା, ବଲାଣିପଶି ସରସ୍ୱତୀପଡା ସମେତ ୪ ଟି ଗାଁକୁ ୭୨ ଘଣ୍ଟିଆ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। ଏହି ସମୟରେ କୌଣସି ଦୋକାନ ବଜାର ଖୋଲିବ ନାହିଁ ଓ ସଟଡାଉନ୍ ନିୟମକୁ କଡାକଡି ଭାବେ ଲୋକମାନେ ମାନିବାକୁ ସରପଞ୍ଚ କଡା ନିର୍ଦେଶ ଦେଇଛନ୍ତି । ଏହାସହିତ ଯଦି କେହି ଆଇନକୁ ଅମାନ୍ୟ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସରପଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.