ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ , ପୂରା ପଞ୍ଚାୟତକୁ ୭୨ଘଣ୍ଟା ପାଇଁ ସଟ୍‌ଡାଉନ୍‌

Published By : Prameya-News7 Bureau | July 30, 2020 IST

ଆଠଗଡ ୩୦।୦୭: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସରକାର ଓ ସ୍ଥାନୀୟ ପ୍ରଶାସନ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଭଳି କଠୋର କଟକଣା ଲାଗୁ କରୁଛନ୍ତି । କିନ୍ତୁ ସଂକ୍ରମଣ ଚେନ୍‌କୁ ଅଟକାଇବାରେ ସକ୍ଷମ ହେଉନାହିଁ । ଏହିପ୍ରରିପେକ୍ଷୀରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପଞ୍ଚାୟତର ପୂରା ଗାଁକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ।

{"id":307472,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଠଗଡ଼ ବ୍ଲକ ମଞ୍ଚେଶ୍ୱର ପଞ୍ଚାୟତରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆକ୍ସନ ମୁଡରେ ଆସିଛନ୍ତି ସ୍ଥାନୀୟ ସରପଞ୍ଚ । ମଞ୍ଚେଶ୍ୱର ପଞ୍ଚାୟତର ସମସ୍ତ ଗାଁକୁ ୭୨ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ଗୋଷ୍ଠୀ ସଂକ୍ରମଣ ଯେପରି ନେହବ,ସେଥିପାଇଁ ପୁରା ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ଆଜି ସକାଳ ଆଜି ୬ଟାରୁ ଅଗଷ୍ଟ ୨ ସକାଳ ୬ ଟା ପର୍ଯ୍ୟନ୍ତ  ସଟଡାଉନ ଘୋଷଣା କରାଯାଇଛି । ତେବେ ସଟ୍‌ଡାଉନ୍‌ ସମୟରେ ସମସ୍ତ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି କୋଭିଡ଼ କଟଣାକୁ ଉଲ୍ଲଂଘନ କରନ୍ତି , ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସ୍‌ରେ ଦର୍ଶାଇଯାଇଛି । ସେହିପରି ଏହି କଟକଣା ସମୟରେ ଜରୁରୀ କଟକଣା ଜାରି ରହିବ । ଯେପରି ଡକ୍ତରୀ ଓ ମେଡିକାଲ ସେବା, ମେଡିସିନ ଦୋକାନ, ପୋଲିସ ପରି ଜରୁରୀ ସେବା ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.