ଖୋର୍ଦ୍ଧା ଜିଲ୍ଲା ହଜ ପଞ୍ଚାୟତ ୭୨ଘଣ୍ଟା ସଟ୍ ଡାଉନ୍

Published By : Prameya-News7 Bureau | May 17, 2020 IST

ଖୋର୍ଦ୍ଧା ୧୭।୫: ଖୋର୍ଦ୍ଧା ଜିଲ୍ଲା ଉପଖଣ୍ଡରେ ରବିବାର ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ଉପଖଣ୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବେଗୁନିଆ ବ୍ଲକ ହଜ ପଂଚାୟତର କାଳୁଚୁଆ ପାଟଣା ଗ୍ରାମର ଜଣେ । ସେ ଗତ ଫେବୃଆରୀ ମାସ ୨୫ ତାରିଖରୁ ଚେନ୍ନାଇରୁ ଫେରି ହୋମ୍ କ୍ବାରେଣ୍ଟାଇନରେ ଥିଲେ ।

{"id":271319,"sizeSlug":"large"}

ସେହିପରି ଦ୍ଵିତୀୟ ଆକ୍ରାନ୍ତ ଜଣ ଚିଲିକା ବ୍ଲକ୍ ହାଟବରଡି ଗ୍ରାମର ବୋଲି ଜଣାପଡିଛି । ସେ ସୁରତରୁ ଫେରି ନିଜ ପଂଚାୟତ କ୍ବାରେଣ୍ଟାଇନରେ ଥିଲେ । ତୃତୀୟ ଆକ୍ରାନ୍ତ ଜଣଙ୍କ ଚିଲିକା ବ୍ଲକ ସିଙ୍ଗେଶ୍ବର ପଞ୍ଚାୟତର ଝିଅଖଲା ଗ୍ରାମର । ସେ ମଧ୍ୟ ସୁରତରୁ ଫେରି ନିଜ ପଞ୍ଚାୟତରେ କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ।

{"id":271320,"sizeSlug":"large"}

ବେଗୁନିଆ ବ୍ଲକ୍ ହଜ ପଞ୍ଚାୟତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ପଞ୍ଚାୟତରେ ଥିବା କଲରାଝର, ନିଧିପୁରୁ, ନାରଗୋଦା, ହଜ, ମୁକ୍ତାପୁର, ବାଳକାଟି ଓ କାଳୁଚୁଆପାଟଣା ଗ୍ରାମକୁ ରବିବାର ସକାଳ ୭ଟାରୁ ୭୨ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.