Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪ କୋଭିଡ୍ ପଜିଟିଭ୍, ୩୩୭୬୭୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବୌଦ୍ଧ : ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଅଧାବାଟରେ ଚାଲିଗଲା ପୁଅର ଜୀବନ
  • ||
  • ସୋର : ପୋଡିହୋଇ ମହିଳାଙ୍କ ମୁତ୍ୟୁ, ଘରଠାରୁ ୧୦୦ମି. ଦୂର କୁକୁଡା ଫାର୍ମ ପଛପଟୁ ଉଦ୍ଧାର ହେଲା ମୃତଦେହ
  • ||
  • ଲମତାପୁଟ : ନିଜକୁ ଗୁଳି କରି ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା !
  • ||
  • ଖଲ୍ଲିକୋଟ : ଧାନ କିଣା ଯାଉନଥିବା ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ, ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ
  • ||
  • ପୁର : ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ମହାସ୍ନାନ
  • ||
  • ଆଜିଠୁ ପୁରୀରେ ‘ମୋ ଧାମ ମୋ ଗର୍ବ’ କାର୍ଯ୍ୟକ୍ରମ, ପ୍ରତି ଶନିବାର ଚାଲିବ ବଡଦାଣ୍ଡ ସେବା
  • ||
  • ଧର୍ମଗଡ଼ : ବିବାହିତ ମହିଳାଙ୍କୁ ମାରି ପୋଡିଦେଲେ ! ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ
  • ||
  • ଜଳେଶ୍ୱର : ପୂଜା ଭୋଜି ଓ ଭୋଗ ଖାଇ ୧୫୦ ଅସୁସ୍ଥ, ବିଭିନ୍ନ ମେଡିକାଲରେ ଚିକିତ୍ସା ଜାରି
  • ||
  • ଶେରଗଡ : ଭୟାବହ ଅଗ୍ନିକାଣ୍ଡ, ୯୦ ଛେଳି ଜୀଅନ୍ତା ଜଳିଗଲେ
  • ||

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା

9/06/2020 at 9:49 AM

ପାଟଣା ୦୯।୦୫:  ପଞ୍ଚାୟତକୁ ୭୨ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଯମୁନାପଶି ପଞ୍ଚାୟତକୁ ୭୨ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ଯମୁନାପଶି ପଞ୍ଚାୟତର  ବିଶେଇପାଟ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ  କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ, ପଞ୍ଚାୟତର ସରପଞ୍ଚ ମମତାମୟୀ ନାଏକ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି । ଏହି ପଞ୍ଚାୟତ ଅନ୍ତର୍ଗତ ଯମୁନାପଶି, ବରୁଡିପଶି, ଗୋଡିପୋଖରୀ, ପଦ୍ମପୁର, ପଦ୍ମକେଶରପୁର ଓ କୋଡଖମଣ ଆଦି ୬ ଟି ଗ୍ରାମକୁ  ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। ଏହି ସମୟରେ କୌଣସି ଦୋକାନ ବଜାର ଖୋଲିବ ନାହିଁ ଓ ସଟଡାଉନ୍ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସମସ୍ତ ନିୟମ ଲୋକମାନେ ମାନିବାକୁ ସରପଞ୍ଚ କଡା ନିର୍ଦେଶ ଦେଇଛନ୍ତି । ଏହାସହିତ ଯଦି କେହି ନିୟମ ଭାଙ୍ଗିଲା ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି ସରପଞ୍ଚ।

   Related Posts