ଖୁସି ଖବର, ସୁସ୍ଥ ହେଲେ ଆଉ ୭୨ କରୋନା ଆକ୍ରାନ୍ତ

Published By : Prameya-News7 Bureau | June 11, 2020 IST

ଭୁବନେଶ୍ୱର, ୧୧|୦୬:   ରାଜ୍ୟରେ ଆହୁରି ୭୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ୍ ୨୩୫୪ଜଣ ସୁସ୍ଥ ହୋଇଛନ୍ତି ।

ଗୁରୁବାର ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମର ୧୭ ଜଣ ଥିବା ବେଳେ ସୋନପୁରରୁ ୯, ବଲାଙ୍ଗୀରରୁ ୭, ଜଗତସିଂହପୁରରୁ ୬, କଟକ, କଳାହାଣ୍ଡି ଓ ସୁନ୍ଦରଗଡରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

wp:html /wp:html

ସେହିପରି ବାଲେଶ୍ୱାର ଓ ମୟୂରଭଞ୍ଜରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଖୋର୍ଧା, କନ୍ଧମାଳ ଓ ସମ୍ବଲପୁରରୁ ୩ଜଣ ଲେଖାଏଁ ଓ ଝାରସୁଗୁଡାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟରେ ଆଉ ୧୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୬ରେ ପହଞ୍ଚିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.