Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସ୍କୁଲ ଖୋଲିବାରୁ ପିଲାଙ୍କ ପର୍ଯ୍ୟନ୍ତ ପହଞ୍ଚିଲା କରୋନା ୭୨ ଛାତ୍ର-ଛାତ୍ରୀ ଚିହ୍ନଟ ହେଲେ କୋଭିଡ୍-୧୯ ପଜିଟିଭ୍

18/11/2020 at 8:30 PM

ରେଓ୍ଵାଡି ୧୮।୧୧: କରୋନା ମହାମାରୀ ମଧ୍ୟରେ ସସସ୍ତ ପ୍ରକାରର ପ୍ରତିଷେଧମୂଳକ ବ୍ୟବସ୍ଥା ସହିତ ଭିନ୍ନ ଭିନ୍ନ ରାଜ୍ୟରେ ସ୍କୁଲ ଖୋଲା ଯାଉଛି। ଏହା ମଧ୍ୟରେ ହରିୟାଣାରୁ ଯେଉଁ ଖବର ସାମ୍ନାକୁ ଆସିଛି, ତାହା ଚିନ୍ତାର ବିଷୟ ପାଲଟିଛି। ରାଜ୍ୟର ରେଓ୍ଵାଡିର ୧୨ଟି ସ୍କୁଲରେ ସର୍ଭେ କରାଯିବାରୁ ଏଥିରେ ୭୨ ଛାତ୍ର-ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ନୋଡାଲ ଅଧିକାରୀ ବିଜୟ ପ୍ରକାଶ କହିଛନ୍ତି, ପାର୍ବଣ ଋତୁରେ ଲୋକଙ୍କ ଗତିବିଧି ବଢି ଯାଇଛି। ଏହି କାରଣରୁ ଆମେ ୧୨ଟି ସ୍କୁଲରେ ୮୩୭ ପିଲାଙ୍କ କରୋନା ଟେଷ୍ଟ କରାଯାଇଥିଲା। ଏଥିରୁ ୭୨ ଛାତ୍ର-ଛାତ୍ରୀ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ହରିୟାଣାର ଶିକ୍ଷା ମନ୍ତ୍ରୀ କଅଁରପାଲ ଗୁର୍ଜର କହିଛନ୍ତି, ଯେଉଁ ସ୍କୁଲରେ କରୋନା ଚିହ୍ନଟ ହୋଇଛି ସେହି ସ୍କୁଲଗୁଡିକୁ ଦୁଇ ସପ୍ତାହ ପାଇଁ ବନ୍ଦ କରାଯାଇଛି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ଵ ନିୟମ ପାଳନକୁ ସୁନିଶ୍ଚିତ କରାଯାଉଛି। କରୋନା ଭାଇରସ୍ କାରଣରୁ ପୂରା ସିଷ୍ଟମକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ହରିୟାଣା ସରକାରର ଗୃହ ମନ୍ତ୍ରୀ ଅନିଲ୍ ବିଜ କହିଛନ୍ତି, ଆମେ ସମସ୍ତ ସିଭିଲ୍ ସର୍ଜନଙ୍କୁ କରୋନା ଟେଷ୍ଟିଂ ବଢାଇବାକୁ ନିର୍ଦ୍ଦେଶ ଦେଇଛୁ। ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ବିଦ୍ୟାଳୟ ପରିଦର୍ଶନ କରି କେଉଁଠି ନିୟମର ପାଳନ କରାଯାଉଛି ଏବଂ କେଉଁଠି ଉଲ୍ଲଂଘନ ହେଉଛି ତାର ନୀରିକ୍ଷଣ କରିବାକୁ କୁହାଯାଇଛି। ଯେଉଁଠି ନିୟମ ପାଳନ ହେଉନି, ସେଠାରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଜ୍ କହିଛନ୍ତି।

   Related Posts