Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରବିବାରରେ ଦେଶ ପାଳିବ ୭୧ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର ୨୫।୦୧ –  ରବିବାରରେ ଦେଶ ପାଳିବ ୭୧ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ପୂରା ଜୋସ୍ ରେ ସାରା ଦେଶ । ଦିଲ୍ଲୀରୁ ପଲ୍ଳୀ, ସବୁଠି ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ। ରାତି ପାହିଲେ ସବୁଠି ଫର ଫର ଉଡିବ ତ୍ରରଙ୍ଗା। ଦିଲ୍ଳୀରୁ ଜମ୍ମୁ-କାଶ୍ମୀର, ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୪ ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି ଜାତୀୟ ରାଜଧାନୀ । ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।…

 ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀ ପ୍ରସ୍ତୁତ। ରାଷ୍ଟ୍ରପତି ଭବନ, ରାଜପଥ, ଇଣ୍ଡିଆ ଗେଟ୍ ଆଦିକୁ ସଜାଯାଇଛି। ରବିବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ଏଥର ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ବ୍ରାଜିଲ ରାଷ୍ଟ୍ରପତି ଜୈର୍ ବୋଲ୍ ସୋନାରୋ। ଆଜି ତାଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।ସକାଳ ୧୦ ଟାରୁ ଆରମ୍ଭ ହେବ ୮ କିଲୋମିଟର ବ୍ୟାପି ଚିତ୍ତାକର୍ଷକ ପରେଡ୍‌। ଦେଶର ସାଂସ୍କୃତିକ ବିବିଧତା ମଧ୍ୟରେ ଏକତା, ଅଖଣ୍ଡତାର ଏଥିରେ ପ୍ରଦର୍ଶିତ ହେବ। ରାଇସିନା ହିଲରୁ ଆରମ୍ଭ ହୋଇ ରାଜପଥ, ଇଣ୍ଡିଆଗେଟ୍ ଦେଇ ଲାଲ୍ଲକିଲ୍ଳାରେ ପରେଡ ଶେଷ ହେବ । ୨ ବର୍ଷ ପରେ ଏଥର ଦିଲ୍ଳୀ ରାଜପଥରେ ଝଟକିବ ଓଡ଼ିଶା ପ୍ରଜ୍ଞାପନ ମେଢ।…

ସାଧାରଣନ୍ତ୍ର ଦିବସରକୁ ଦୃଷ୍ଟିରେ ରଖି ସୁରକ୍ଷା ବଳୟ ମଧ୍ୟରେ ଜାତୀୟ ରାଜଧାନୀ । ଜଳ, ସ୍ଥଳ, ଆକାଶ ମାର୍ଗ ଉପରେ ତୀକ୍ଷ୍ନ ନଜର ରଖାଯାଇଛି। ଦିଲ୍ଳୀରେ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତ ସୀମାକୁ ସିଲ୍ କରାଯାଇ ଯାଞ୍ଚ୍ କରାଯାଉଛି। ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଲାଗିଛି ସିସିଟିଭି। ସୁରକ୍ଷା ଦାୟିତ୍ବରେ ଅଛନ୍ତି NSG, SPG, ITBP ଯବାନ । ସମୁଦାୟ ୪୮ କମ୍ପାନି ଅର୍ଦ୍ଧସାମରିକ ବଳ, ଦିଲ୍ଲୀ ପୋଲିସର ୧୭ ହଜାର ଯବାନ ମୁତୟନ ହେବେ। ୨୭୦୦ ଦିଲ୍ଲୀ ପୋଲିସ ସାଧା ପୋଷାକରେ ମୁ୍ତୟନ ରହିବେ । ପରେଡ୍ ରୁଟ୍ ରେ ସମୁଦାୟ ୫୦୦ ଏକ୍ସରେ ମେସିନ୍, ଏକ ହଜାର ସିସିଟିଭି କ୍ୟାମେରା ଲଗିଛି। କିଛି ସ୍ଥାନରେ ଚେହେରା ଚିହ୍ନଟ ସଫ୍ଟୱେୟାର ଥିବା ୧୦୦ରୁ ଅଧିକ କ୍ୟାମେରା ଲାଗିଛି। ୧୦୦ରୁ ଅଧିକ ମୋବାଇଲ ପୋଲିସ୍‌ କଣ୍ଟ୍ରୋଲ ରୁମ୍, ୧୦ଟି ସିସିଟିଭି କଣ୍ଟ୍ରୋଲ ରୁମ୍ ଖୋଲିଛି । ସୁଉଚ୍ଚ କୋଠାରେ ସାର୍ପସୁଟର ମୁତୟନ ରହିବେ । ସନ୍ଦିଗ୍ଧଙ୍କ ଚିହ୍ନଟ ଲାଗି କେତେକ ସ୍ଥାନରେ ଫେସିଆଲ ରେକଗ୍‌ନାଇଜେସନ୍ ସିଷ୍ଟମ ବସାଯାଇଛି।

କେବଳ ଦିଲ୍ଲୀ ନୁହେଁ ସାରା ଦେଶରେ ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ପରେ ଏହା ପ୍ରଥମ ସାଧାରଣତନ୍ତ୍ର ଦିବସ। ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁ୍ର୍ମୁ ଏମ୍‌ଏ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିବା ସହ ପରେଡ୍‌ରେ ଅଭିଭାଦନ ଗ୍ରହଣ କରିବେ। ଏଥିପାଇଁ ଜୋରଦାର ହୋଇଛି ବ୍ଲକିଂ ଓ ଚେକିଂ। ଏତିକି ବେଳେ ଅବନ୍ତୀପୁରାରୁ ୪ ଜଣ ଆତଙ୍କୀ ଧରାପଡ଼ିବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଏପଟେ ଭୁବନେଶ୍ବର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ସବୁ ପ୍ରସ୍ତୁତି ସରିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବେ। ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ଦିଲ୍ଲୀ ଭଳି ଫାଇଲ୍ ମାର୍ଚ୍ଚରେ ହେବ ପରେଡ। ଏସଓଜି ସହ ୪୮ରୁ ଅଧିକ ଟ୍ରୁପ୍‌ ପରେଡରେ ଭାଗ ନେବେ। ୪ ସ୍ତରୀୟ ସୁରକ୍ଷା ବଳ ସହ ସିସିଟିଭି ନଜରରେ ରହିବ ପରେଡ୍‌ ସ୍ଥଳ। ଏହାଛଡ଼ା ପୁରା ରାଜଧାନୀକୁ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ। ମାଓ ଅଧିଷ୍ୟୁତ ଅଞ୍ଚଳ ଉପରେ ତୀକ୍ଷ୍ମ ନଜର ରଖାଯାଇଥିବା ପୋଲିସ ଡିଜି କହିଛନ୍ତି ।…

ସାଧାରଣତନ୍ତ୍ର ଦିବସ ଅବସରରେ କାଲି ସାରା ଦେଶ ରହିବ ବେଶ୍‌ ଉତ୍ସବମୁଖର ।

   Related Posts