୭୧ତମ ବନ ମହୋତ୍ସବ ପାଳିତ, ବୃକ୍ଷରୋପଣ କଲେ ମନ୍ତ୍ରୀ ଅଶୋକ ପଣ୍ଡା

Published By : Prameya-News7 Bureau | August 02, 2020 IST

ଭୁବନେଶ୍ୱର, ୦୨|୦୮:  ଭୁବନେଶ୍ବର ଘାଟିକିଆ ଗ୍ରାମ୍ୟ ମନ୍ଦିର ଉଦ୍ୟାନରେ ୭୧ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଏତତ୍ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ଅରୂପ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ବୃକ୍ଷରୋପଣ କରାଯାଇଥିଲା । ମନ୍ତ୍ରୀ ଅଶୋକ ପଣ୍ଡା ନିଜେ ବୃକ୍ଷରୋପଣ କରିଥିଲେ । ସେହିପରି ଘାଟିକିଆ କମ୍ୟୁନିଟି ସେଣ୍ଟରରେ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ୨୩ ନମ୍ବର ଓ୍ବାର୍ଡର ପୂର୍ବତନ କର୍ପୋରେଟର ଦିଲ୍ଲିପ ମାଝୀଙ୍କ ସହ ବହୁ ସମାଜସେବୀ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.