ଆରମ୍ଭ ହେଲା ୭୧ତମ ରାଜ୍ୟ ପୋଲିସ କ୍ରୀଡା ମହାକୁମ୍ଭ ; ଭାଗ ନେଇଛନ୍ତି ୯୯୯ ଜଣ ପ୍ରତିଯୋଗୀ

Published By : Prameya-News7 Bureau | January 16, 2019 IST

କଟକ ୧୫|୧: ଆରମ୍ଭ ହେଲା ୭୧ତମ ରାଜ୍ୟ ପୋଲିସ କ୍ରୀଡା ମହାକୁମ୍ଭ । ୫୩ ଟି ଦଳରେ ୯୯୯ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । କ୍ରୀଡା ମାଧ୍ୟମରେ ପୋଲିସ ନିଜକୁ ଫିଟ୍ ରଖିପାରିବେ ବୋଲି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରାଇମବ୍ରାଞ୍ଚ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ।

{"id":74682}

ଉଦଘାଟନ ହୋଇଛି ୭୧ ତମ ରାଜ୍ୟ ପୋଲିସ କ୍ରୀଡା ପ୍ରତିଯୋଗିତା । କଟକ ପୋଲିସ ମୁଖ୍ୟାଳୟ ପଡିଆରେ ଉଦଘାଟନ କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ସନ୍ତୋଷ ଉପାଧ୍ୟାୟ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୩ ଟି ଦଳରେ ଭାଗ ନେଇଛନ୍ତି ୮୦୦ ପୁରୁଷ ଓ ୧୯୯ ଜଣ ମହିଳା ପ୍ରତିଯୋଗୀ  । ପୋଲିସ ବିଭାଗରେ କ୍ରୀଡାକୁ ଅଧିକ ପ୍ରୋତ୍ସାହନ ଦେବା ସହ ଜାତୀୟ ସ୍ତରୀୟ କ୍ରୀଡାରେ ପୋଲିସ ବିଭାଗକୁ ଅଧିକ ସଫଳ କାରଇବା ଦିଗରେ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ । ତେବେ ପୋଲିସ କ୍ରୀଡା ପାଇଁ ସିନ୍ଥେଟିକ ଟ୍ରାକ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

{"id":74683}

ଏହି ବାର୍ଷିକ କ୍ରୀଡାରେ ହାଇ ଜମ୍ପ, ଲଙ୍ଗ ଜମ୍ପ, ଟ୍ରିପଲ ଜମ୍ପ, ହଡଲ୍ସ ସହ ଦୌଡ ମଧ୍ୟ ସ୍ଥାନ ପାଇଛି । ଏହି କ୍ରୀଡାକୁ ନେଇ ପ୍ରତିଯୋଗୀ ବେଶ ଉତ୍ସାହିତ ଥିବା ବେଳେ ଭଲ ପ୍ରଦର୍ଶନ କରି ମେଡାଲ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

{"id":74684}

ଆସନ୍ତା ୧୯ରେ ପୋଲିସ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହେବ । ଉଦଯାପନୀ ଦିନ ସଫଳ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.