Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ, ମାଷ୍ଟର ମାଇଣ୍ତ ଗିରଫ

17/08/2020 at 9:47 PM

 ରାଉରକେଲା୧୭/୮: ଜିଏସ୍‌ଟିରେ ବଡ ଘୋଟଲା। ହଜାରେ କି ଦୁଇ ହଜାରେ ନୁହେଁ ,ଏକା ଥରକରେ ୭୧୨ କୋଟି ଟଙ୍କାର ଜାଲ ବିଲ ରାକେଟର ବର୍ଦ୍ଦାଫାଶ ହୋଇଛି ।

ଜାଲ ବିଲ ମାଧ୍ୟମରେ ଷ୍ଟିଲ ସିଟି ରାଉରକେଲାରେ ୧୨୯.୦୯ କୋଟି ଟଙ୍କାର ଜିଏସଟି ଠକେଇର ଫର୍ଦ୍ଦାଫାସ । ଘଟଣାରେ ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ଶ୍ରୀ କାଶ୍ମୀରା ଅଗ୍ରୱାଲଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ।

ଓଡ଼ିଶା ଜିଏସଟି ଆଇନ ୨୦୧୭ ଧାରା ୧୩୨(୧) (କ) ଏବଂ (ଖ) ଏବଂ ୧୩୨ (୪) ଅନୁଯାୟୀ ଜାମିନ ବିହିନ ଧର୍ତ୍ତବ୍ୟ ଅବରାଧ ପାଇଁ ଗିରଫ କରାଯାଇଛି ।

ତେବେ ପୂର୍ବରୁ ମଧ୍ୟ ଏନଫୋର୍ସମେଣ୍ଟ ବିଭାଗ ଏହି ରାକେଟର ଅନ୍ୟ ଅପରାଧୀମାନଙ୍କୁ ଗିରଫ ରକିଛି । କାଶ୍ମୀରାଙ୍କ  ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ୧୩ ବ୍ୟବସାୟିକ ପ୍ରତିଷ୍ଠାନରେ ଏକ ସମୟରେ ଚଢାଉ କରିଥିଲା ଜିଏସଟି ଟିମ୍ ।

ଚଡ଼ାଉ ସମୟରେ କାଶ୍ମୀରାଙ୍କ ଠାରୁ  ଜବତ ରବର ଷ୍ଟାମ୍ପ, ବ୍ୟାଙ୍କ ପାସବୁକ ଓ ଅନ୍ୟ କାଗଜ ପତ୍ରରୁ  ଭୂତ ଅନୁଷ୍ଠାନ ନାଁରେ ବେଆଇନ କାରବାରର ସୁରାକ ମିଳିଥିଲା ।

ତେବେ ଏସବୁ ଭୁତ ବ୍ୟବସାୟୀକ ପ୍ରତିଷ୍ଠାନ ବୋଲି ଅନୁସନ୍ଧାନରୁ ଜଣପଡ଼ିଛି । ଏନେଇ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା ବେଳେ, ୭୧୨ କୋଟି ଟଙ୍କାର ଜାଲ ବିଲ୍ ରାକେଟର ପର୍ଦ୍ଦାଫାଶ ହୋଇଥିଲା ।

   Related Posts