Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୭୧ ବର୍ଷୀୟ ବାପାଙ୍କର ଦ୍ବିତୀୟ ବିବାହ କରାଇଲା ଝିଅ, ମା’ ଙ୍କ ମୃତ୍ୟୁର ୫ ବର୍ଷ ପରେ ଜଣେ ବିଧବାଙ୍କୁ ବାପାଙ୍କ ଜୀବନ ସଙ୍ଗିନୀ କରାଇ କହିଲେ…

28/04/2021 at 8:39 PM

ନୂଆଦିଲ୍ଲୀ ୨୮/୦୪ : ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ପୋଷ୍ଟ ଭାଇରାଲ ହେଉଛି । କେହି କେହି ବିଭିନ୍ନ କଳା ପ୍ରଦର୍ଶନ କରି ରାତାରାତି ଷ୍ଟାର ପାଲଟିଯାଉଥିବା ​‌ବେଳେ ଲୋକପ୍ରିୟତା ପାଇଁ ଅନେକ ଦୁଃସାହସିକ ପ୍ରଦର୍ଶନ କରିବାକୁ ମଧ୍ୟ ପଛାଉନାହାନ୍ତି ।

ନିକଟରେ ଏଭଳି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ୭୧ ବର୍ଷ ବୟସ୍କ ବ୍ୟକ୍ତି ପତ୍ନୀଙ୍କ ଦେହାନ୍ତର ୫ ବର୍ଷ ପରେ ଆଉ ଜଣେ ମହିଳାଙ୍କୁ ବିବାହ କରିଚନ୍ତି । ଏହି ଟ୍ବିଟ୍‌କୁ ସୋସିଆଲ ମିଡିଆ ୟୁଜର ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । କାରଣ ବୃଦ୍ଧଜଣକ ଜଣେ ବିଧବା ମହିଳାଙ୍କୁ ବିବାହ କରିଛନ୍ତି । ଉଭୟ ନବବିବାହିତଙ୍କ ଫଟୋକୁ ଟ୍ବିଟରରେ ସେୟାର କରିଛନ୍ତି ଝିଅ ଆଦିତି ।

ଏହା ପରେ ପୋଷ୍ଟଟି ଖୁବ ଭାଇରାଲ ହୋଇଛି । ଅନେକ ୟୁଜର ପିତାଙ୍କ ଦ୍ବିତୀୟ ବିବାହ କରାଇଥିବାରୁ ଆଦିତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ବିଟ୍‌ କରି ଆଦିତୀ ଲେଖିଥିଲେ ଯେ, ‘ମାଙ୍କ ଦେହାନ୍ତର ୫ ବର୍ଷ ପରେ ଜଣେ ବିଧବା ମହିଳାଙ୍କୁ ବିବାହ କରିଛନ୍ତି ମୋ ପିତା । ମୁଁ ସବୁବେଳେ ଚାହୁଁଥିଲି ଯେ ମୋ ପିତା ଆଉ ଥରେ ବିବାହ କରନ୍ତୁ । କାରଣ କେହି ବି ଏକା ରହିବା କଥା ନୁହେଁ ।’ ଏହି ପୋଷ୍ଟ ସହିତ ଆଦିତୀ ଉଭୟ ଫଟୋ ମଧ୍ୟ ସେୟାର କରିଥିଲେ ।

   Related Posts