Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ହାଟରେ ଗୁପଚୁପ୍‌ ଖାଇବା ହେଲା କାଳ, ୪୭ ପିଲା ଅସୁସ୍ଥ, ଗାଁରେ ଲାଗିଲା ଡାକ୍ତରୀ କ୍ୟାମ୍ପ

20/10/2021 at 5:42 PM

ରାୟପୁର ୨୦/୧୦:  ଗୁପଚୁପ୍‌  ଏବଂ ଭେଲ୍‌ ପୁରୀ ଖାଇ ୭୧ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪୭ ଛୋଟ ପିଲା ସାମିଲ ଅଛନ୍ତି। ପିଲାମାନଙ୍କ ବୟସ ୬ରୁ ୧୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଛତିଶଗଡ଼ର ରାଜନାନ୍ଦଗ୍ରାମ ଜିଲ୍ଲା ଗାତାପାର କଲା ବଜାରରେ ଘଟିଛି।

ଏକା ବେଳେ ୭୧ ଜଣ ଅସୁସ୍ଥ ହେବା ଖବର ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି। ଘଟଣା ପରେ କଲେକ୍ଟର ତାରଣ ପ୍ରକାଶ ସିହ୍ନା, ମୁଖ୍ୟ ଚିକିତ୍ସା ଅଧିକାରୀ ମିଥିଲେଶ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀ ମେଡିକାଲରେ ପହଞ୍ଚିଛନ୍ତି। ଗାତାପାର କଲାରେ ମଙ୍ଗଳବାର ଦିନ ସାପ୍ତାହିକ ହାଟ ବସିଥିଲା। ହାଟ ବୁଲିବାକୁ ପିଲାଠୁ ବୁଢ଼ା ସବୁ ଯାଇଥିଲେ। ସେଠାରେ ଲାଗିଥିବା ଠେଲାରେ ଗୁପଚୁପ, ଭେଲ୍‌ ପୁରୀ ଆଦି ଖାଇଥିଲେ।

ଘରକୁ ଫେରିବା ପରେ କିଛି ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ଏହା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଥିଲା। ଲୋକେ ଭୟରେ ଅସୁସ୍ଥଙ୍କୁ ସ୍ଥାନୀୟ ମେଡିକାଲ ନେଇଯାଇଥିଲେ। ତେବେ ଜିଲ୍ଲାପାଳ ସ୍ବାସ୍ଥ୍ୟ କର୍ମୀଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦେଇଛନ୍ତି ।

ଅନ୍ୟପଟେ ପିଲାମାନଙ୍କ  ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଗାଁରେ କ୍ୟାମ୍ପ କରି ରହିଥିବା ଜଣାପଡ଼ିଛି। ଏହା ସହ ଗାଁର ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

   Related Posts