ଏକ ବର୍ଷ ପର୍ଯ୍ୟନ୍ତ ସ୍ମାର୍ଟଫୋନରୁ ଦୂରେଇ ରହିଥିବା ଜଣେ ମହିଳାଙ୍କୁ ମିଳିବ ୭୧ ଲକ୍ଷ ଟଙ୍କା ପୁରସ୍କାର...

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ୮|୧୦: ବ୍ୟସ୍ତ ବହୁଳ ଜୀବନ ଭିତରେ ସ୍ମାର୍ଟଫୋନ ବି ମଣିଷର ଗୋଟେ ଅଙ୍ଗ ପାଲଟି ଯାଇଛି। କର୍ମମୟ ଜୀବନ ଭିତରେ ସ୍ମାର୍ଟ ଫୋନର ବ୍ୟବହାର ଅଧିକ ବଢ଼ି ଯାଇଛି। ସବୁ ବର୍ଗର ଲୋକ ସ୍ମାର୍ଟଫୋନ ସହ ଅଙ୍ଗାଅଙ୍ଗୀ ଭାବେ ଯୋଡ଼ି ହୋଇ ସାରିଛନ୍ତି। ବିଶେଷକରି କଲେଜ ପଢ଼ୁଆ ପିଲାମାନେ ଅଧିକ ମାତ୍ରାରେ ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି। ସୋସିଆଲ ମିଡିଆର ବ୍ୟବବହାର ଯୁବପିଢ଼ି ଅଧିକ ମାତ୍ରାରେ କରିଥାନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଏକ ବର୍ଷ ପର୍ଯ୍ୟନ୍ତ ସ୍ମାର୍ଟଫୋନରୁ ରହିଥିବା ମହିଳାଙ୍କୁ ଆସନ୍ତା ଡିସେମ୍ବର ମାସରେ  ୭୧ ଲକ୍ଷ ଟଙ୍କାର ପୁରସ୍କାର  ଦିଆଯିବ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସରେ ନ୍ୟୁୟର୍କରେ ରହୁଥିବା ଜଣେ ୨୯ ବର୍ଷ ବର୍ଷୀୟା ମହିଳା ଇଲାନା ମଗଡ୍ୟାନ ଏକ ପ୍ରତିଯୋଗିତା ଭାଗ ନେଇଥିଲେ। ଏହି ପ୍ରତିଯୋଗିତାର ନିୟମ ଅନୁସାରେ ଏକ ବର୍ଷ ପର୍ଯ୍ୟନ୍ତ ଯେଉଁମାନେ ସ୍ମାର୍ଟଫୋନରୁ ଦୂରେଇ ରହିବେ ସେମାନଙ୍କୁ ପୁରସ୍କାର ଦିଆଯିବ। ଇଲାନ ଏହି ପ୍ରତିଯୋଗୀତର ଥିବା ସର୍ତ୍ତକୁ ଆସନ୍ତା ଡିସେମ୍ବର ମାସରେ ପୂରଣ କରିବା ଲାଗି ଯାଉଛନ୍ତି। ଇଲାନା ଏହି ପ୍ରତିଯୋଗିତାରେ ଜିତିବା ପରେ ତାଙ୍କୁ ଏକ ଲକ୍ଷ ଡଲାର(ପାଖାପାଖି ୭୧ ଲକ୍ଷ ଟଙ୍କା) ଦିଆଯିବ।

ଭିଟାମିନଓ୍ବାଟର ନାମକ କମ୍ପାନୀ ଏହି ପ୍ରତିଯୋଗୀତାର ଆୟୋଜନ କରିଥିଲା। ଏହି ପ୍ରତିଯୋଗିତାର ନାଁ ହେଉଛି Scroll Free for a Year ।

ପ୍ରତିଯୋଗିତାର ନିୟମ ଅନୁସାରେ ଇଲାନାଙ୍କ ଆଇ ଫୋନ ଫାଇଭ୍‌ ଏସ( iPhone 5s) ବଦଳରେ ତାଙ୍କୁ ଏକ କ୍ଲିପ୍ ସ୍ମାର୍ଟ ଫୋନ ଦିଆଯାଇଥିଲା। ଏହି ଫୋନରେ ସେ କେବଳ କଲ ଓ ଟେକ୍ସ ମେସେଜ କରି ପାରିବେ।  ପ୍ରତିଯୋଗିତାର ନିୟମ ଅନୁସାରେ ଆସନ୍ତା ଡିସେମ୍ବର ମାସରେ ଇଲାନାଙ୍କର ଏକ ବର୍ଷ ପୂରଣ ହେବ। ପୁରସ୍କାର ରାଶି ଦେବା ପୂର୍ବରୁ ଇଲାନାଙ୍କୁ କମ୍ପାନୀ ଲାଇ- ଡିଟେକ୍ଟର ଟେଷ୍ଟ ବି କରାଯିବ। ଇଲାନା ଟେଷ୍ଟରେ ପାସ ହେଲେ ତାଙ୍କୁ ପୁରସ୍କାର ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.