ତୃତୀୟ ପର୍ଯ୍ୟାୟର ମତଦାନ ହାର ୭୧.୬୧ ପ୍ରତିଶତ, କେନ୍ଦୁଝରରେ ସର୍ବାଧିକ ୭୮.୧୬ପ୍ରତିଶତ

Published By : Prameya-News7 Bureau | April 24, 2019 IST

ଭୁବନେଶ୍ବର ୨୪|୪: ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି । କେନ୍ଦୁଝରରେ ସର୍ବାଧିକ ୭୮.୧୬ପ୍ରତିଶତ ମତଦାନ ହୋଇଛି । ସେହିଭଳି ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରେ ୫୯.୬୦ ପ୍ରତିଶତ ମତଦାନ ହୋଇଛି । ଅନ୍ୟ ଲୋକସଭା ଗୁଡିକ ମଧ୍ୟରୁ ସମ୍ବଲପୁରରେ ୭୬.୩୮, ଢେଙ୍କାନାଳରେ ୭୪.୯୮, କଟକରେ ୬୯.୬୫ ଏବଂ ପୁରୀରେ ୭୨.୫୩ ପ୍ରତିଶତ ମତଗ୍ରହଣ ହୋଇଛି ।

୬ଟି ଲୋକସଭା ଆସନ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟରେ ମତଗ୍ରହଣ ହୋଇଥିଲା । ଏହି ୬ଟି ଲୋକସଭାର ସମୁଦାୟ ୯୨ଲକ୍ଷ ୫୭ହଜାର ୬୨୩ଜଣ ଭୋଟରଙ୍କ ମଧ୍ୟରୁ ୬୬ଲକ୍ଷ ୨୯ହଜାର ୮୪୫ଜଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ଏଥିମଧ୍ୟରେ ୩୪ଲକ୍ଷ ୨୩ହଜାର ୧୧୯ଜଣ ପୁରୁଷ ଭୋଟର ଥିବାବେଳେ ୩୨ଲକ୍ଷ ୬ହଜାର ୬୨୬ଜଣ ମହିଳା ଭୋଟର ଏବଂ ୧୦୦ଜଣ ତୃତୀୟଲିଙ୍ଗୀ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।  

{"id":106775}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.