ଭୁବନେଶ୍ବରରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌ ଏବଂ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ପତ୍ତାକା ଉତ୍ତୋଳନ

Published By : Prameya-News7 Bureau | January 26, 2019 IST

ଭୁବନେଶ୍ବର ୨୬|୧: ଭୁବନେଶ୍ବରର ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରତନ୍ତ୍ର ଦିବସ ପାଳିତ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍  ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଚଳିତ ଥର ୫୪ ଟି ଟ୍ରୁପ୍ ରାଜ୍ୟସ୍ତରୀୟ ପରେଡରେ ସାମିଲ ହୋଇଥିଲେ । ପୋଲିସ, ଅର୍ଦ୍ଧସାମରିକ ବଳ ସହ ଅଗ୍ନିଶମ ବିଭାଗ ଓ ହୋମଗାର୍ଡ ମଧ୍ୟ ପରେଡରେ ସାମିଲ ହୋଇଥିଲେ । ୯ ଟି ପ୍ରଜ୍ଞାପନ ମେଢ, ୨ଟି ଡେୟାର ଡେଭିଲ ଟ୍ରୁଫ୍ ସେମାନଙ୍କ କଳାକୌଶଳ ପ୍ରଦର୍ଶନ କରିଥିଲେ ।ସେହିପରି ୬ଟି ସାଂସ୍କୃତିକ ଗ୍ରୁପ୍ ମଧ୍ୟ ନୃତ୍ୟଗୀତ ପରିବେଷଣ କରିଥିଲେ ।

{"id":78112}

ସେପଟେ କଟକ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ।  ଏହାସହ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ପରେଡରେ ସାମରିକ, ବେସାମରିକ କ୍ଷେତ୍ରର ୪୨ଟି ଟ୍ରୁପ ଭାଗ ନେଇଥିଲେ । ଏହି ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  । ପଦ୍ମ ପୁରସ୍କାର ପାଇଥିବା ସମସ୍ତ ଓଡ଼ିଆଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଛନ୍ତି । ଓଡିଶା ପାଇଁ କାମ କରିବାକୁ ଯୁବବର୍ଗଙ୍କୁ ଆହ୍ବାନ ଦେବା ସହ ସମସ୍ତଙ୍କୁ ସାଥୀରେ ନେଇ ନୂଆ ଓଡିଶା ଗଠନ କରିବାକୁ କହିଛନ୍ତି । ଏକ ହୋଇ ମାଁ ମାଟି ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଭାଷଣରେ କାଳିଆ ଯୋଜନା ଦେଶର ଏକ ଆଦର୍ଶ ମଡେଲ ବୋଲି କହିଛନ୍ତି । କାଳିଆ ଯୋଜନାରେ ଚାଷୀ ଲାଭବାନ ହେବେ ।  ରାଜ୍ୟର ପ୍ରତି ଘରେ ବିଜୁଳି ପହଞ୍ଚିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । ଏହାସହ ଦେଶର ବରପୁତ୍ର ଓ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.