କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ

Published By : Prameya-News7 Bureau | November 29, 2020 IST

ଭୁବନେଶ୍ଵର ୨୯।୧୧: ରାଜ୍ୟରେ କ୍ରମାଗତ କମିବାରେ ଲାଗିଛି କରୋନା ପ୍ରଭାବ।  ପୂର୍ବ ପରି  ଲୋକଙ୍କ ମନରେ ଆଉ କରୋନାକୁ ନେଇ ସେତେଟା ଭୟ ମଧ୍ୟ ଦେଖାଯାଉନି। ଲୋକଙ୍କ ମଧ୍ୟରେ ଆଶ୍ଵସ୍ତିର ମାହୋଲ ଥିଲେ ମଧ୍ୟ ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। କିନ୍ତୁ ଗତ ୨୪ ଘଣ୍ଟାରେ ମାତ୍ର ୪ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।  ସଂପ୍ରତି ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୦୭ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୧୧,୨୫୬ରେ ପହଞ୍ଚିଛି।  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଶନିବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୬୫ ଆକ୍ରାନ୍ତ ସୁସ୍ଥଲାଭ କରିଛନ୍ତି। ଏହିପରି ଖୋର୍ଦ୍ଧା ଜିଲ୍ଲାରୁ ୬୫, କେନ୍ଦୁଝରରୁ ୫୮, ମୟୂରଭଞ୍ଜରୁ ୪୮, ଅନୁଗୁଳରୁ ୪୬, ଜଗତସିଂହପୁରରୁ ୪୨, କଳାହାଣ୍ଡିରୁ ୩୭, ନୂଆପଡାରୁ ୩୭, ସମ୍ବଲପୁରରୁ ୩୫, ସୁନ୍ଦରଗଡରୁ ୩୫, ବାଲେଶ୍ଵରରୁ ୩୩, କେନ୍ଦ୍ରାପଡାରୁ ୨୯, ବଲାଙ୍ଗୀରରୁ ୨୧, ଯାଜପୁରରୁ ୨୧, ଭଦ୍ରକରୁ ୧୯, ଝାରସୁଗୁଡାରୁ ୧୪, ଢେଙ୍କାନାଳରୁ ୧୩, ବରଗଡରୁ ୧୨, ଗଞ୍ଜାମରୁ ୧୧, କୋରାପୁଟରୁ ୧୦, ପୁରୀରୁ ୯, ଦେବଗଡରୁ ୮, କନ୍ଧମାଳରୁ ୬, ନବରଙ୍ଗପୁରରୁ  ୫, ମାଲକାନଗିରିରୁ ୩, ନୟାଗଡରୁ ୩, ସୋନପୁରରୁ ୩, ବୌଦ୍ଧରୁ ୨ ଓ ରାୟଗଡାରୁ ୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୮୩୦୭କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୪ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୭୩୪ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.