ଖସୁଛି ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୭୦୦୨ କରୋନା ସଂକ୍ରମିତ

Published By : Prameya-News7 Bureau | June 06, 2021 IST

ଭୁବନେଶ୍ୱର ୦୬।୦୬ : ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୩୦୯୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯୨୧ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୦୮୧ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।

wp:html /wp:html

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୩୩୧ଜଣ, ବରଗଡ଼ ଜିଲ୍ଲାରୁ ୧୧୭ଜଣ, ଭଦ୍ରକ ଜିଲ୍ଲାରୁ ୨୬୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୯ଜଣ, ବୌଦ୍ଧ ଜିଲ୍ଲାରୁ ୧୩୪ଜଣ, କଟକ ଜିଲ୍ଲାରୁ ୭୭୧ଜଣ, ଦେଓଗଡ଼ ଜିଲ୍ଲାରୁ ୬୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦୬ଜଣ, ଗଜପତି ଜିଲ୍ଲାରୁ ୪୮ଜଣ, ଗଞ୍ଜାମ ଜିଲ୍ଲାରୁ ୭୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩୨ଜଣ, ଯାଜପୁର ଜିଲ୍ଲାରୁ ୪୮୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୭ଜଣ, କଳାହାଣ୍ଡି ଜିଲ୍ଲାରୁ ୧୦୩ଜଣ, କନ୍ଧମାଳ ଜିଲ୍ଲାରୁ ୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୧୬୭ଜଣ, କୋରାପୁଟ ଜିଲ୍ଲାରୁ ୧୫୮ଜଣ, ମାଲକାନଗିରି ଜିଲ୍ଲାରୁ ୯୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୭୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯୮ଜଣ, ନୟାଗଡ଼ ଜିଲ୍ଲାରୁ ୧୯୬ଜଣ, ନୂଆପଡ଼ା ଜିଲ୍ଲାରୁ ୨୮ଜଣ, ପୁରୀ ଜିଲ୍ଲାରୁ ୩୦୬ଜଣ, ରାୟଗଡ଼ା ଜିଲ୍ଲାରୁ ୨୨୨ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୭ଜଣ, ସୋନପୁର ଜିଲ୍ଲାରୁ ୫୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୪୩ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୦୭ଜଣ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୩୦୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮୦୩୧ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୩୨୦୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୨୧୮୩୧୧୬ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.