ସାନଖେମୁଣ୍ଡିରେ ୭୦,୦୦୦ଟଙ୍କା ସହ ଚାରି ତୋଳା ସୁନା ଚୋରି ଅଭିଯୋଗ
14/09/2018 at 12:07 PM

ଗଞ୍ଜାମ ୧୪/୮: ସାନଖେମୁଣ୍ଡିର ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ସେହି ଗ୍ରାମର ତାରିଣୀ ଲେଙ୍କାଙ୍କ ଘରୁ ଚୋରି ହୋଇଥିବା ଓ ସୁବାସ ମହାନ୍ତିଙ୍କ ଘରୁ ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ଆଗରୁ ମଧ୍ୟ ଏହି ଗ୍ରାମରେ ଦୁଇ ଦୁଇ ଥର ଚୋରି ହୋଇଥିବା ନଜରରେ ରହିଛି। ଇଣ୍ଡିଆନ ବ୍ୟାଙ୍କ ଏଟିଏମରୁ ଲୁଟ ଉଦ୍ୟମ ସହ ଗଲା କିଛି ମାସ ତଳେ ବାହାରୁ ଆସି ମହିଳା ଚାଲାଣ କରିବାକୁ ଚେଷ୍ଟା କରିଥିଲେ କିଛି ଦୁର୍ବୃତ୍ତ। ଗାଁ ଲୋକ ଦୁର୍ବୃତ୍ତଙ୍କୁ ଧରି ପୋଲିସରେ ଦେଇଥିଲେ।ଖଲିଙ୍ଗୀ ଗ୍ରାମର ଶେଷ ଭାଗ ମଶାଣି ନିକଟରେ ତାରିଣୀଙ୍କ ଘର।ଗତକାଲି ବିଳମ୍ବିତ ରାତିରେ ସେ ଓ ତାଙ୍କ ସପରିବାର ଘରେ ଅସହ୍ୟ ଗରମ ଲାଗୁଥିବା ହେତୁ ଦାଣ୍ଡ ବାରଣ୍ଡାରେ ଶୋଇଥିବା ବେଳେ କିଛି ଦୁର୍ବୁର୍ତ୍ତ ବାରି ପଟରୁ ଆସି ବାରି କବାଟ ଭାଙ୍ଗି ଦାଣ୍ଡ କବାଟକୁ ବନ୍ଦ କରି ଘରେ ଥିବା ଆଲମାରୀକୁ ବାରିକୁ ଟେକି ନେଇ ସେଥିରେ ଥିବା ୭୦,୦୦୦ଟଙ୍କା ସହ ଚାରି ତୋଳା ସୁନା ଗହଣା ଚୋରି କରି ନେଇଛନ୍ତି। ଏହା ପରେ ସେହି ଗ୍ରାମର ସୁବାସ ମହାନ୍ତିଙ୍କ ଘରୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସକାଳ ହୋଇଯାଇଥିବାରୁ ଚାଲି ଗଲେ।ପାଟପୁର ଥାନାରେ ଏବେ ପର୍ଯ୍ୟନ୍ତ ଏତଲା ଦିଆଯାଇନାହିଁ।