Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଟିକା ଅଭାବ, ବନ୍ଦ ହେଲା ୭ ଶହ ଟିକା କେନ୍ଦ୍ର, ରାଜ୍ୟରେ ୧୦ ଦିନ ପାଇଁ ଦରକାର ୨୫ ଲକ୍ଷ କୋଭିଡ଼ ଭାକ୍‌ସିନ୍‌

8/04/2021 at 11:51 AM

ଭୁବନେଶ୍ୱର ୦୮।୦୪: କରୋନା ଟିକା ଅଭାବ। ଆବଶ୍ୟକ ମୁତାବକ କୋଭିଡ ଟିକା ମହଜୁଦ ନଥିବା କାରଣରୁ ବାଧାପ୍ରାପ୍ତ ହେଲାଣି ଟିକାଦାନ କାର୍ଯ୍ୟକ୍ରମ। ସେଥିପାଇଁ ରାଜ୍ୟର ପ୍ରାୟ ୭ଶହ ଟିକାଦାନ କେନ୍ଦ୍ର ବନ୍ଦ ହୋଇଗଲାଣି । ଆଉ ୨ ଦିନ ଭିତରେ କେନ୍ଦ୍ର ଟିକା ନଦେଲେ ପୁରା ଟିକାଦାନ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବୁଧବାର ଦିନ ଆମେ ୧,୧୦,୮୮୯ ଡୋଜ ଟୀକା ଦିଆଯାଇଛି । ଆଉ ୪,୩୫,୩୨୦ ଡୋଜ କୋଭିସିଲଡ଼ ଟୀକା ରହିଛି । ୧,୧୪,୪୯୦ ଡୋଜ କୋଭାକ୍ସିଂନ ଟୀକା ଏବେ ମହଜୁଦ ଅଛି । ଆମର ଯାହା ଲକ୍ଷ୍ୟ ଧାର୍ଯ୍ୟ ଯାହା ଅଛି ତାହା ଦିନ ଭିତରେ ଟିକା ସରିଯିବ । ୧୦ ଦିନ ପାଇଁ ୨୫ ଲକ୍ଷ ଟିକାର ଆବଶ୍ୟକତା ରହିଛି । ସେହିପରି ବୁଧବାର ଦିନ ୭୦୦ଟି ଟିକା କରଣ କେନ୍ଦ୍ର ବନ୍ଦ ହେଇଯାଇଛି । କୋରାପୁଟ ଜିଲ୍ଲାରେ ଗତକାଲି ଟୀକାକରଣ ସମ୍ପୂର୍ଣ ବନ୍ଦ ଥିଲ । ସରକାରୀ ଓ ବେସରକାରୀ ସମସ୍ତ ଜାଗାରେ ୧୧ ତାରିଖଠୁ କାର୍ଯ୍ୟସ୍ଥଳୀରେ ଭ୍ୟାକ୍ସିଂନେସନ ସେଣ୍ଟର କରିବାକୁ କେନ୍ଦ୍ରର ନିର୍ଦେଶ ରହିଛି । ଏଥିଲାଗି ଜିଲ୍ଲା ଟାସ୍କଫୋର୍ସ ଓ ମହାନଗର ନିଗମ କମିଶନରଙ୍କ ଅନୁମତି ନେବାକୁ ପଡିବ । ବର୍ତ୍ତମାନ ସୁଦ୍ଧା ୩୮,୫୨,୨୦୬ ଟିକାକରଣ ରାଜ୍ୟରେ ହୋଇଛି ।

   Related Posts