'ହାତ' ଛାଡ଼ି ଶଙ୍ଖ ଧରିଲେ ଜୟରାମ ଦୋରା, ୭ ଶହରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ବିଜେଡିରେ ସାମିଲ୍‌

Published By : Prameya-News7 Bureau | October 10, 2021 IST

ସାନଖେମୁଣ୍ଡି, ୧୦/୧୦: ହାତ ଛାଡି ଶଙ୍ଖ ଧରିଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡି ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟରାମ ଦୋରା। ତାଙ୍କ ସହିତ ୪ ପଞ୍ଚାୟତର ୨୦ ୱାର୍ଡ ସଦସ୍ୟ, ସରପଞ୍ଚ ପ୍ରତିନିଧି, ଜିଲ୍ଲାପରିଷଦ ପ୍ରତିନିଧି ଏବଂ କିଛି ବିଜେପି କର୍ମୀଙ୍କ ସମେତ ୭ ଶହରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ମଧ୍ୟ ବିଜେଡିରେ ମିଶିଛନ୍ତି ।

{"id":525191,"sizeSlug":"full","linkDestination":"none"}

ଆଜି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ କଲ୍ୟାଣି ମଣ୍ଡପଠାରେ ବିଜେଡିର ଜୋନ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ବୈଠକରେ ବିଜେଡିର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ବିଜେଡିର ରାଜ୍ୟ ଏବଂ ଜିଲ୍ଲାର ବହୁ ବରିଷ୍ଠ ନେତା, କର୍ମୀ ଯୋଗ ଦେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ଗ୍ରାମାଞ୍ଚଳରେ କିଭଳି ତ୍ରିସ୍ତରୀୟ ନିର୍ବାଚନରେ ସାନଖେମୁଣ୍ଡି ବିଜେଡିର ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପଦ ହାତେଇ ହେବ ସେ ନେଇ ଦଳକୁ ସୁଦୃଢ଼ ବା ମଜବୁତ କରିବା ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା ।

{"id":525192,"sizeSlug":"full","linkDestination":"none"}

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ସାନଖେମୁଣ୍ଡି ବିଜେଡି ସାଙ୍ଗଠନିକ ସ୍ଥିତି ଦେଖିବା ସହ ଏଥିରେ ସୁଧାର ଆଣିବା ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟବ୍ୟକ୍ଷକ ଦାୟିତ୍ୱ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.