୭୦ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା : ପାଟିରେ ମାଟି ପୂରାଇ ପ୍ରାଇଭେଟ୍ ପାର୍ଟରେ ବାଡ଼ିରେ ଆକ୍ରମଣ କରିଥିଲା ଅଜଣା ଦୁର୍ବୃତ୍ତ

Published By : Prameya-News7 Bureau | November 19, 2020 IST

ବିଦିଶା ୧୯/୧୧: ମଧ୍ୟପ୍ରଦେଶର ବିଦିଶାରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ୭୦ବର୍ଷ ବୟସ୍କ ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଛି ଏବଂ ଏହା ପରେ ତାଙ୍କୁ ନୃଶଂସଭାବେ ହତ୍ୟା କରାଯାଇଛି। ବୟସ୍କ ମହିଳା ନିଜ ଚାଷଜମିରେ ହୋଇଥିବା ସିଞ୍ଚନ ଉପରେ ନଜର ଦେବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି। ଦୁର୍ବୃତ୍ତ ମହିଳାଙ୍କ ପାଟିରେ ମାଟି ପୂରାଇ ଦେଇଥିଲା ଏବଂ ତାଙ୍କ ପ୍ରାଇଭେଟ୍ ପାର୍ଟରେ ବାଡ଼ିରେ ଆକ୍ରମଣ କରିଥିଲା।

ଏହି ହୃଦୟ ବିଦାରକ ଘଟଣାଟି ଘଟିଛି ବିଦିଶା ଜିଲ୍ଲାର ଗ୍ୟାରସପୁର ଥାନା ଅଞ୍ଚଳର। ଏଠାରେ ନଭେମ୍ବର ୧୮ତାରିଖ ରାତିରେ ଓଲିଜା ଗାଁରେ ଅଜଣା ଦୁର୍ବୃତ୍ତ ୭୦ବର୍ଷର ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଦେଇଛି। ମହିଳା ଚାଷଜମିରେ ସିଞ୍ଚନ ଉପରେ ନଜର ଦେବାକୁ ଯାଇଥିବାବେଳେ ଏହି ଘଟଣା ଘଟିଥିଲା।

ପୋଲିସର କହିବା ଅନୁସାରେ,ଅଜଣା ଅଭିଯୁକ୍ତ ପୀଡ଼ିତାଙ୍କ ମୁହଁରେ ମାଟି ପୂରାଇ ଦେଇଥିଲା ଏବଂ ତାଙ୍କ ଯୌନାଙ୍ଗରେ ବାଡ଼ିରେ ଆକ୍ରମଣ କରିଥିଲା। ଗୁରୁବାର ସକାଳେ ଚାଷଜମି ପାଖରେ ବୁଦାରୁ ମହିଳାଙ୍କ ନଗ୍ନ କଟା ଶବ ଦେଖି ଗାଁଲୋକେ ୧୦୦ ନମ୍ବରରେ ପୋଲିସକୁ ସୂଚନା ଦେଇଥିଲେ।

ଘଟଣାର ସୂଚନା ମିଳିବା ମାତ୍ରେ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ପହଞ୍ଚିଥିଲେ ଏବଂ ତାଙ୍କର ଚିହ୍ନଟ କରିଥିଲେ। ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା।

ଅଜଣା ଦୁର୍ବୃତ୍ତ ବିରୋଧରେ ଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁ କରାଯାଇଛି। ଏବେ ତାର ପରିଚୟ ଜାଣିବାକୁ ଏବଂ ଖୋଜିବାକୁ ଉଦ୍ୟମ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.