ଲଜ୍ଜା : ୭୦ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ, ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଠେଙ୍ଗା ଭର୍ତ୍ତି କରିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | July 19, 2019 IST

କୁଚିଣ୍ଡା ୧୯|୭: ସମ୍ବଲପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୭୦ବର୍ଷ ବୟସ୍କା ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ କୁଚିଣ୍ଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣର ତଦନ୍ତ ଜାରି ରଖିଛି ପୋଲିସ ।

{"id":135235}

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ପଣ୍ଡିଆଢିପା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । କାମୁକ ପୁରୁଷର ଲୋଲୁପ ଦୃଷ୍ଟି ବର୍ତ୍ତି ପାରିନାହାନ୍ତି ବୟସର ଅପରାହ୍ନରେ ଥିବା ବୃଦ୍ଧା । ଗାଁର ୭୦ ବର୍ଷ ବୟସ୍କା ବୃଦ୍ଧା ଘରେ ଏକାକି ଶୋଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଖାଲି ଏତିକିରେ ମନ ଶାନ୍ତି ହୋଇନଥିଲା ସେହି କାମୁକ ପୁରୁଷର । ଦୁଷ୍କର୍ମ ପରେ ବୃଦ୍ଧାଙ୍କ ଗୁପ୍ତାଙ୍ଗରେ ଠେଙ୍ଗା ଭର୍ତ୍ତି କରିଦେଇଥିବା ମଧ୍ୟ ଜଣାପଡିଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ କୁଚିଣ୍ଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଅବିଯୁକ୍ତ ଫେରାର ହୋଇଯାଇଛି । ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

{"id":135240}

ସେହିପରି ଗତ ୧୭ତାରିଖରେ କୁଚିଣ୍ଡା ଥାନା ଅନ୍ତର୍ଗତ ବାଉରୀଗୁଡା ହାଇସ୍କୁଲର ଶିକ୍ଷକ ପ୍ରମୋଦ ଖର୍ସେଲଙ୍କ ବିରୋଧରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.