Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ମରିବା ପରେ ଯୁଇରୁ ଉଠି ବସିଲେ ବୃଦ୍ଧ : ଯାହା କହିଲେ ଆପଣ ମଧ୍ୟ ଶୁଣି ଆଶ୍ଚର୍ଯ୍ୟ ହେବେ

16/11/2018 at 4:15 PM

ଦିଲ୍ଲୀ ୧୬/୧୧ : ଉତ୍ତର ପ୍ରଦେଶର ଫିରୋଜବାଦରେ ଜଣେ ବୃଦ୍ଧ ମୃତ୍ୟୁର କିଛି ସମୟ ପରେ ଜୀବନ୍ତ ହୋଇ ଉଠିଥିଲେ | ଏହି ଖବର ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଲାଇଛି | ତେବେ ଜୀବନ୍ତ ହେବା ପୂର୍ବରୁ ତାଙ୍କ ଶରୀରର ବିଭିନ୍ନ ଜାଗାରେ ନୀଳ ଚିହ୍ନ ଦେଖିବାକୁ ମିଳିଥିଲା | ଜୀବନ୍ତ ହେବା ପରେ ସେ ନିଜ ପରିବାରଲୋକଙ୍କୁ ଯାହା କହିଥିଲେ ତାଙ୍କ କଥା ଶୁଣି ପରିବାରଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ଘଟଣା ଘଟିଛି ଫିରୋଜବାଦ ଅନ୍ତର୍ଗତ ମକ୍ଖନପୁର ଅଂଚଳର | ଉକ୍ତ ବୃଦ୍ଧ ଜଣକ ହେଲେ ୭୦ ବର୍ଷ ବୟସ୍କ ଜ୍ଞାନ ସିଂ | ଗତ କିଛି ଦିନରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ନଥିଲା | ବ୍ଲଡ଼ ସୁଗାର, ଉଚ୍ଚ ରକ୍ତଚାପ ସହ ଅନ୍ୟାନ୍ୟ ରୋଗ ମଧ୍ୟ ହୋଇଥିଲା | ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା | ଗତକାଲି ସକାଳେ ଅଚାନକ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ମୃତ୍ୟୁ ଖବର ଶୁଣି ସମସ୍ତ ବନ୍ଧୁ ସମ୍ପର୍କୀୟ ତାଙ୍କ ଘରେ ପହଂଚିଥିଲେ | ପରିବାରଲୋକେ ତାଙ୍କର ଶେଷ କୃତ୍ୟ ପାଇଁ ପ୍ରସ୍ତୁତି କରୁଥିଲେ | ତେବେ ପ୍ରସ୍ତୁତି ଶେଷ ହେବା ବେଳକୁ ପ୍ରାୟ ୪ଟା ହୋଇଯାଇଥିଲା | ସ୍ମଶାନ ନେଇକି ଯିବା ପୂର୍ବରୁ ତାଙ୍କ ଶରୀରରେ କିଛି ପରିବର୍ତନ ପରିଲକ୍ଷିତ ହୋଇଥିଲା | ଶରୀର କିଛି ଜାଗାରେ ନୀଳ ଚିହ୍ନ ଦେଖିବାକୁ ମିଳିଥିଲା | ହାତରେ ପାଣି ଫୋଟକା ହୋଇଯାଇଥିଲା | ଏସବୁ କାହିଁକି ହେଉଛି ଲୋକେ କିଛି ବୁଝିପାରୁନଥିଲେ | ଠିକ ଏତିକିବେଳେ ଜ୍ଞାନ ସିଂ ଉଠି ବସିଥିଲେ | ତାଙ୍କୁ ଜୀବନ୍ତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ପରିବାରଲୋକେ ତାଙ୍କୁ ଜୀବନ୍ତ ଦେଖି ବହୁତ ଖୁସି ହୋଇଯାଇଥିଲେ |

ମସାଣିରୁ ଜ୍ଞାନ ସିଂ ଉଠି ବସିଥିବା ଖବର ସଙ୍ଗେସଙ୍ଗେ ସ୍ଥାନୀୟ ଅଂଚଳରେ ପ୍ରଚାର ହୋଇଯାଇଥିଲା | ଖବର ଶୁଣି ଲୋକେ ତାଙ୍କୁ ଦେଖିବାକୁ ଆସିଥିଲେ | ମସାଣିରୁ ଉଠି ବସିବା ପରେ ଜ୍ଞାନ ସିଂ ଯାହା କହିଥିଲେ ତାଙ୍କ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ | ସେ କହିଥିଲେ ଯେ,” ତିନି ଜଣ ମତେ ଧରି ଏକ ପାହାଡ ଉପରକୁ ବହୁତ ଦୁରକୁ ନେଇଯାଇଥିଲେ | ସେଠାରେ ଏକ ସୁନାରେ ତିଆରି ଗେଟ ଥିଲା | ଗେଟ ପାଖରେ ଜଗୁଆଳି ଠିଆ ହୋଇଅଥିଲେ | କିନ୍ତୁ ଜଗୁଆଳି ମତେ ଗେଟ ଭିତରକୁ ଯିବାକୁ ଦେଲେନାହିଁ | ଯେଉଁମାନେ ମତେ ନେଇକି ଯାଇଥିଲେ ତାଙ୍କୁ ମଧ୍ୟ ଯିବାକୁ ଦେଲେନାହିଁ | ଜଣେ ଜଗୁଆଳି ସେତେଲେ ମୋ ଉପରେ କୌଣସି ଏକ ଗରମ ପଦାର୍ଥ ଢାଳି ଦେଇ ମତେ ଧକ୍କା ମାରିଥିଲା | ଧକ୍କା ମାରିବା ଫଳରେ ମୁଁ ସିଧା ତଳେ ପଡିଯାଇଥିଲି | ସେହି ଗରମ ପଦାର୍ଥ ଢ଼ାଳିବା ଦ୍ୱାରା ମୋ ହାତରେ ଫୋଟକା ହୋଇଯାଇଛି |”

   Related Posts