ଗୁଣି ଗାରେଡି ସନ୍ଦେହରେ ଘଟୁଛି ଛାତିଥରା ଘଟଣା, କନ୍ଧମାଳରେ ୭୦ ବର୍ଷ ବୟସ୍କା ବୃଦ୍ଧାଙ୍କ କଣ ଅବସ୍ଥା ଜାଣନ୍ତୁ…

Published By : Prameya-News7 Bureau | September 11, 2019 IST

କନ୍ଧମାଳ ୧୧|୯; ଅନ୍ଧବିଶ୍ବାସର କରୁଣ ପରିଣତି ଗୁଣିଗାରେଡି ସନ୍ଦେହରେ ଗାଁ ଛାଡ଼ିଲେ ବୃଦ୍ଧା । ଗାଁରେ ନିଆପାଣି ବାସନ୍ଦ ।ଅନ୍ଧବିଶ୍ବାସର ଅନ୍ଧାରଗଳିରେ କନ୍ଧମାଳ । ଆଜିର ବିଜ୍ଞାନ ଯୁଗରେ ମଧ୍ୟ  ଲୋକେ ଅନ୍ଧବିଶ୍ବାସକୁ ଜାବୁଡି ଧରିଛନ୍ତି । ସଚେତନତା ଅଭାବରୁ ଅନ୍ଧବିଶ୍ବାସର ମାୟା ଜାଲରେ ପଡି ବିଭିନ୍ନ ସମୟରେ ହିଂସା ଓ ସାମାଜିକ ବାସନ୍ଦ ହେଉଥିବା ଘଟଣା ନଜରକୁ ଆସୁଛି।

{"id":156314}

ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତର ଜାର୍ଗୀ ଗାଁରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି।ଅନ୍ଧବିଶ୍ବାସର ଜନ୍ତାରେ ନିଦୁ ମଲ୍ଲିକ ନାମ୍ନୀ ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧା ପଡି ଛଟପଟ ହେଉଛନ୍ତି

{"id":156315}

ପ୍ରାୟ ଦେଢମାସତଳେ ସେହିଗାଁର ଗୋପମଲ୍ଲିକ ନାମକ ଯୁବକଙ୍କ ସ୍ବାଭାବିକ ମୃତ୍ୟୁହୋଇଥିଲା କିନ୍ତୁ ଗୋପର ବାପା ମାଆ ଶ୍ରୀକାନ୍ତ ମଲ୍ଲିକ ଓ ରେବିଲି ମଲ୍ଲିକ ସନ୍ଦେହ କରୁଥିଲେ ଯେ ନିଦୁ କୁଆଡେ ଗୁଣିଗାରେଡି କରି ପୁଅକୁ ମାରିଛି ବୋଲି । ଏଥିପାଇଁ ଗାଁରେ ବୈଠକ ବସି ଖଟବିଦ୍ୟା ସାହାଯ୍ୟରେ  ମୃତ୍ୟୁର କାରଣ ଖୋଜାଗଲା ।

{"id":156316}

ପୂଜାର୍ଚନା କରି କୁକୁଡ଼ା ବଳିଦେଇ ଗାଁରେ ଖଟ ବୁଲିଲା ।ଖଟ ଯାଇଥିଲା  ନିଦୁ ମଲ୍ଲିକଙ୍କ ଘରକୁ ।ଫଳରେ ଗାଁ ଲୋକେ ବୃଦ୍ଧାଙ୍କୁ ହତ୍ୟାକାରୀ ସଜେଇ ପରିବାରଙ୍କୁ ଧମକ ଚମକ ଦେଇ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି ।

ଭୟରେ ବୃଦ୍ଧା ଏବେ ସଂପର୍କିୟଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ପୁଅ ଶ୍ରୀକାନ୍ତ ମଧ୍ୟ ଭୟରେ ଅଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।ଥାନାରେ ଅଭିଯୋଗ କଲେ ହତ୍ୟା ଧମକ ମିଳୁଥିବା କହିଛନ୍ତି ବୃଦ୍ଧା  ।ଜିଲ୍ଲା ପ୍ରଶାସନ ଏଥିପ୍ରତିଦୃଷ୍ଟି ଦେଇ ସୁରକ୍ଷା ଯୋଗାଇ ଦେବା ସହିତ ଦୋଷୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.