ବିଶ୍ବବ୍ୟାପୀ ୭୦ଟି କରୋନା ଟୀକା ପ୍ରସ୍ତୁତି ଜାରି, ୩ଟିର ମନୁଷ୍ୟ ଉପରେ ଟେଷ୍ଟିଂ : WHO
14/04/2020 at 12:49 PM

ନୂଆଦିଲ୍ଲୀ ୧୪।୪: ସାରା ବିଶ୍ବରେ କରୋନା ଭାଇରସ୍ ତାର କାୟା ବିସ୍ତାରକ କରି ଚାଲିଛି । ପ୍ରତିଦିନ ଶହ ଶହ ଲୋକ ଏହି ଭାଇରସ୍ ଦ୍ବାରା ସଂକ୍ରମିତ ହେଉଛନ୍ତି । ସବୁ ଦେଶରେ କରୋନା ଭାଇରସ୍ ର ଟୀକା ଅନୁସନ୍ଧାନରେ ଲାଗିଛନ୍ତି ଅନୁସନ୍ଧାନକାରୀ । ଏଥିପାଇଁ ଅନେକ ପରୀକ୍ଷଣ ଏବଂ ଅନୁସନ୍ଧାନ କରାଯାଉଛି । WHO କହିଛି ଯେ ଏହି ମହାମାରୀର ଚିକିତ୍ସା ପାଇଁ ସାରା ବିଶ୍ବରେ ୭୦ଟି ଟୀକା ପ୍ରସ୍ତୁତ କରିବା ଉପରେ କାର୍ଯ୍ୟ ଚାଲିଛି । ଯେଉଁଥିରେ ୩ଟି ମନୁଷ୍ୟ ଉପରେ ପରୀକ୍ଷଣ କରାଯାଇସାରିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ପ୍ରକ୍ରିୟାର ସବୁଠୁ ଆଗରେ ରହିଛି ହଂକଂର କାନସିନୋ ବାୟୋଲୋଜିକ୍ସ । ଯିଏ କରୋନା ଭାଇରସ୍ ଟୀକା ଖୋଜିବାରେ ନିୟୋଜିତ ରହିଛି । ଦ୍ବିତୀୟ ସ୍ଥାନରେ ରହିଛି ବେଜିଂ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଟେକ୍ନୋଲୋଜି। ଏହି ତାଲିକାରେ ଆମେରିକାର ଇନୋଭିଓ ଫାର୍ମାସ୍ୟୁଟିକାଲ୍ସ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଯେଉଁଠାରେ ମନୁଷ୍ୟ ଉପରେ ପରୀକ୍ଷା ଚାଲିଛି ।

କରୋନା ଭାଇରସ୍ ଟୀକା ଆବିଷ୍କାର କରିବାରେ ଏହି ସମସ୍ତ କମ୍ପାନୀ ବ୍ୟସ୍ତ ଅଛନ୍ତି । ସେମାନେ ବିଶ୍ବାସ କରନ୍ତି ଯେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ କେବଳ ପ୍ରତିରୋଧ ଯଥେଷ୍ଟ ନୁହେଁ । ଡ୍ରଗ୍ ଇଣ୍ଡଷ୍ଟ୍ରି ଯଥାଶୀଘ୍ର ଔଷଧ ପ୍ରସ୍ତୁତ କରିବାକୁ ନେଇ କାର୍ଯ୍ୟ କରୁଛି । ଯାହା ଦ୍ବାରା ଗୋଟିଏ ବର୍ଷ ମଧ୍ୟରେ କରୋନା ଭାଇରସ୍ ଔଷଧ ବଜାରକୁ ଆସିପାରିବ ।

ବଡ ଏବଂ ଛୋଟ ଔଷଧ ନିର୍ମାତାମାନେ କରୋନା ଭାଇରସ୍ ଉପରେ ଏକ ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି । କାରଣ କରୋନା ଭାଇରସ୍ ରୋକିବା ପାଇଁ ଏହା ହେଉଛି ସବୁଠାରୁ ପ୍ରଭାବଶାଳୀ ଉପାୟ । WHO ଡକ୍ୟୁମେଣ୍ଟ୍ ଅନୁଯାୟୀ, ଫାଇଜର ଇନକର୍ସ ଏବଂ ସାନୋଫି ପରି ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ନିକଟରେ ପ୍ରିକ୍ଲିନିକାଲ୍ ପର୍ଯ୍ୟାୟ ପାଇଁ ଟୀକା ମହଜୁଦ ରହିଛି ।

କ୍ୟାନସିନୋ କହିଛନ୍ତି ଯେ, ଗତ ମାସରେ ସେ ତାଙ୍କର ଟୀକାକରଣର ମନୁଷ୍ୟ ପରୀକ୍ଷା ଆରମ୍ଭ କରିବା ପାଇଁ ଚୀନ ନିୟାମକଙ୍କଠାରୁ ଅନୁମୋଦନ ମିଳିଛି । କରୋନା ଭାଇରସ୍ ପ୍ରଥମ ଟୀକା କିଛି ଦିନ ପୂର୍ବରୁ ସିଆଟେଲର ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ କରାଯାଇଥିଲା । ଆମେରିକାର ସିଆଟେଲରେ ଜଣେ ମହିଳାଙ୍କୁ ପ୍ରଥମେ କରୋନା ଟୀକା ଦିଆଯାଇଥିଲା । ରେକର୍ଡ ସମୟରେ ଏହି ଟୀକା ବିଶ୍ବରେ ବିକଶିତ ହୋଇଛି ।