Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୩ ଡୋଜ୍‌ କରୋନା ଟିକାର ଦାମ୍‌ ୩୩୦୦ ଟଙ୍କା, ୭୦ ହଜାର ଲୋକଙ୍କୁ ଦିଆଗଲା ନକଲି କୋଭିଡ୍‌ ଭ୍ୟାକସିନ୍‌ !

30/01/2021 at 4:06 PM

ନୂଆଦିଲ୍ଲୀ ୩୦/୦୧: ଜୀବନ ପାଇଁ ୩ ଡୋଜ୍‌। ୩ ଡୋଜ୍‌ କରୋନା ଭ୍ୟାକସିନ୍‌ ପାଇଁ ଦେବାକୁ ପଡ଼ୁଥିଲା ୩୩୦୦ ଟଙ୍କା। ଗୋଟିଏ ଡୋଜ୍‌କୁ ୧୧୦୦ ଟଙ୍କା ଦେଇ ଲୋକେ କରୋନା ଭ୍ୟାକସିନ୍‌ ଲଗାଇବା ପରେ କ୍ଲିନିକ୍‌ ପକ୍ଷରୁ ୩ଟି ଡୋଜ୍‌ ନନେଲେ କାମ ଦେବନି ବୋଲି କୁାହାଯାଉଥିଲା। ଟଙ୍କା ଯାଉ ବରଂ ଜୀବନ ବଞ୍ଚିଯାଉଛି। ଏଭଳି ଭାବି ଲୋକେ କରୋନା ଟିକା ମଧ୍ୟ ଗ୍ରହଣ କରୁଥିଲେ। କିନ୍ତୁ କିଏ ଜାଣିଥିଲା ଏସବୁ ଟିକା ନକଲି। ଏମିତି ୭୦ ହଜାର ଲୋକଙ୍କୁ ନକଲି ଟିକା ଦେଇଛି ଏକ ଘରୋଇ କ୍ଲିନିକ୍‌।

ଘଟଣାଟି ଦକ୍ଷିଣ ଆମେରିକାର ଇକ୍ବାଡୋରରେ ଘଟିଛି। ଗୋଟିଏ ଘରୋଇ କ୍ଲିନିକ୍‌ରେ କରୋନା ଭ୍ୟାକସିନକୁ ନେଇ କେଳେଙ୍କାରୀର ପର୍ଦ୍ଦାଫାସ ହୋଇଛି। ନକଲି କରୋନା ଟିକା ବିକ୍ରି କରୁଥିବା କ୍ଲିନିକ୍‌ର କର୍ମଚାରୀ ଲୋକଙ୍କୁ ୩ଟି ଡୋଜ୍‌ ନେବାକୁ କହୁଥିଲେ। ୩ଟି ଡୋଜ୍‌ ନେଲେ ହିଁ କରୋନାରୁ ରକ୍ଷା ମିଳିବ ବୋଲି କହି ୭୦ ହଜାର ଲୋକଙ୍କୁ ନକଲି କରୋନା ଟିକା ଦେଇଥିଲା କ୍ଲିନିକ୍‌। ତେବେ କରୋନା ଟିକା ନାଁରେ ଇଞ୍ଜେକ୍ସନରେ ରୋଗୀଙ୍କୁ କଣ ଦିଆଯାଉଥିଲା ସେନେଇ ଜଣାପଡ଼ିନାହିଁ।

ଡେଲି ମେଲ୍‌ର ଏକ ରିପୋର୍ଟ ଅନୁଯାୟୀ, ଅଣ୍ଡରକଭର ଏଜେଣ୍ଟ କ୍ଲିନିକ୍‌ର ଏକ ଭିଡିଓ ରେକର୍ଡ କରିଥିଲେ। ଭିଡିଓରେ କ୍ଲିନିକ୍‌ର ମୁଖ୍ୟ ଡାକ୍ତର ଲୁସିଆ ପେନାଫିଲ ବିନା ମାସ୍କରେ ନଜର ଆସୁଥିବା ବେଳେ କ୍ଲିନିକ୍‌ ପକ୍ଷରୁ ଏବେ ସୁଦ୍ଧା ୭୦ ହଜାର ଲୋକଙ୍କୁ ନକଲି କରୋନା ଟିକା ବିକ୍ରି କରିଥିବା କହୁଛନ୍ତି। ଭିଡିଓ ପ୍ରମାଣ ମିଳିଯିବା ପରେ ପୋଲିସ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନେ କ୍ଲିନିକରେ ଚଢ଼ାଉ କରିଥିଲେ।

ଧରାପଡ଼ିବା ପରେ ଡାକ୍ତର ଲୁସିଆ କହିଛନ୍ତି, ଇଞ୍ଜେକ୍ସନରେ ଭିଟାମିନ୍‌ ଓ ସିରିମ୍‌ ଦିଆଯାଉଥିଲା। ଯାହାଦ୍ବାରା ଲୋକଙ୍କ ଶରୀରରେ ରୋଗ ପ୍ରିତିରୋଧକ ଶକ୍ତି ବୃଦ୍ଧି ପାଇପାରିବ। ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲେଜର ଟ୍ରିଟ୍‌ମେଣ୍ଟ ଏବଂ ଇନ୍‌ଫ୍ରାରେଡ୍‌ ଲାଇଟସ୍‌ରେ କରୁଥିଲେ ବୋଲି ଲୁସିଆ ମାନିଛନ୍ତି। ତେବେ ଏହି କ୍ଲିନିକ୍‌ରୁ ନକଲି କରୋନା ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ପୋଲିସ, ସୈନିକ ଏବଂ ରାଷ୍ଟ୍ରପତିଙ୍କ କର୍ମଚାରୀ ବି ସାମିଲ ଅଛନ୍ତି ବୋଲି ଜଣାପଡ଼ିଛି।

   Related Posts