Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭୁବନେଶ୍ବର ଆରଟିଓ ୱାନ କାର୍ଯ୍ୟାଳୟ ସମ୍ମୁଖରୁ ଭଙ୍ଗା ହେଲା ୭୦ ରୁ ଅଧିକ ଦଲାଲଙ୍କ ଚାଳିଆ

30/09/2019 at 6:08 PM

ଭୁବନେଶ୍ବର ୩୦|୯: ଭୁବନେଶ୍ବର ଆରଟିଓ ୱାନ କାର୍ଯ୍ୟାଳୟ ସମ୍ମୁଖରୁ ଭଙ୍ଗା ହେଲା ଦଲାଲଙ୍କ ଚାଳିଆ । ପ୍ରାୟ ୭୦ ରୁ ଅଧିକ ଚାଳିଆ ଘରକୁ ଭାଙ୍ଗି ମାଟିରେ ମିଶାଇଛି ବିଡିଏ, ବିଏମସି ଓ ଜିଏ ବିଭାଗ । ଏଠାରେ ରାସ୍ତା ଉପରେ ଥିବା ଏକ ହନୁମାନ ମନ୍ଦିରକୁ ମଧ୍ୟ ଭାଙ୍ଗିଦିଆଯାଇଛି ।ଆରଟିଓକୁ ଦଲାଲ ମୁକ୍ତ ଅଭିଯାନ ସ୍ବରୂପ ଏଗୁଡିକ ସବୁ ଭାଙ୍ଗି ଦିଆଯାଇଛି ।

ମାଟିରେ ମିଶିଲା ଦଲାଲଙ୍କ ଚାଳିଆ ଘର । ଭୁବନେଶ୍ବର ଆରଟିଓ  ୱାନ କାର୍ଯାଳୟ ଆଗରେ ଗଡିଲା ବୁଲଡୋଜର । ଦଲାଲ ମାନଙ୍କ ଦ୍ବାରା ନିର୍ମିତ ଛୋଟ ଛୋଟ ଚାଳିଆକୁ ଭାଙ୍ଗି ଦିଆଯାଇଛି । ବିଡିଏ, ବିଏମସି ଓ ଜିଏ ବିଭାଗର ମିଳିତ ଉଦ୍ୟମରେ ୭୦ରୁ ଅଧିକ ଚାଳିଆ ଘରୁ ଜବର ଦଖଲକୁ ଉଚ୍ଛେଦ କରି ଦିଆଯାଇଛି ।

 ଦୀର୍ଘଦିନ ଧରି ଏହି ରାସ୍ତାରେ ଦଲାଲଙ୍କ ଏହି ଚାଳିଆ ଯୋଗୁଁ ଗହଳି ହେଉଥିଲା । ଏଥିପାଇଁ ବାଣୀବିହାର ଠାରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରାସ୍ତା ପାର ହେବାକୁ ଲାଗୁଥିଲା ଘଣ୍ଟା ଘଣ୍ଟା ସମୟ । ବାରମ୍ବାର ଅଭିଯୋଗ ସତ୍ବେ ମଧ୍ୟ କେହି ଶୁଣୁନଥିଲେ । ରାଜ୍ୟ ସରକାରଙ୍କ ଆରଟିଓରୁ ଦଲାଲ ଉଛେଦ ନୀତି ପ୍ରଣୟନ ପରେ ଏଠାରେ ଦୀର୍ଘ ଦିନ ହେବ ଆଡ୍ଡା ଜମାଇଥିବା ଦଲାଲଙ୍କ ଚାଳିଆ ଘରକୁ ଉଚ୍ଛେଦ କରାଯାଇଛି ।

ଆରଟିଓ ଅଫିସକୁ ଆସୁଥିବା ଲୋକମାନେ ଏହି ଦଲାଙ୍କ ହାବୁଡରେ ପଡିଲେ ଲର୍ଣ୍ଣିଂ ଲାଇସେନ୍ସ , ଡିଏଲ ଓ ଗାଡିର କାଗଜପତ୍ର କରିବାପାଇଁ ଦେବାକୁ ପଡୁଥିଲା ୫ଶହ ଟଙ୍କାରୁ ୧୦ ହଜାର ପର୍ଯ୍ୟନ୍ତ । ହେଲେ ଏବେ ଦଲାଲ ଉଚ୍ଛେଦ ପରେ ଏଠାରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ପାଇଁ ରାଜ୍ୟ  ସରକାର ଉଦ୍ୟମ ଜାରି ରଖିଛନ୍ତି ।

ଏଠାରେ ଥିବା ଏକ ହନୁମାନ ମନ୍ଦିରକୁ ମଧ୍ୟ ବିଡିଏ ବିଏମସି ପକ୍ଷରୁ ଉଛେଦ କରାଯାଇଛି । ଉଛେଦ ସମୟରେ ଆରଟିଓ କାର୍ଯ୍ୟାଳୟ ପରିସରରୁ ୬ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଛି କମିସନରେଟ ପୋଲିସ । ଏମାନଙ୍କର ପରିଚୟ ମିଳିବା ପରେ ଯଦିକେହି ଏମାନଙ୍କ ମଧ୍ୟରୁ ଦଲାଲ ହୋଇଥିବ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଆରଟିଓ ଅଫିସ ଆସୁଥିବା ଲୋକେ ।

ଲୋକଙ୍କ ଅବଗତ ପାଇଁ ଆରଟିଓ କାର୍ଯ୍ୟାଳୟରେ ଦୁଇଟି ରେଟ ଚାର୍ଟ ବୋର୍ଡ ଲଗାଯାଇଛି । ପରିବହନ କମିସନରଙ୍କ ନିର୍ଦ୍ଦେଶ ପରେ ସୋମବାର ସମସ୍ତ ଆରଟିଓ କର୍ମଚାରୀ ବେକରେ ପରିଚୟପତ୍ର ପକାଇଥିବା ଦେଖିବାକୁ ମିଳିଛି ।

ଆରଟିଓ ୱ୍ବାନରେ ଜବର ଦଖଲ ଉଚ୍ଛେଦ ବେଳେ କାଁଭାଁ ଉତ୍ତେଜନାକୁ ଛାଡିଦେଲେ ଉଛେଦ କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା । କମିସନରେଟ ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା ।  

   Related Posts