୭୦ଶରଣାର୍ଥୀଙ୍କୁ ଉଦ୍ଧାର କରାଯିବା ସହ ୭ଜଣଙ୍କ ଶବ ଜବତ
17/12/2019 at 10:34 AM

ମରକ୍କୋର ଏକ ତଟରକ୍ଷକ ପୋତ ଭୁମଧ୍ୟସାଗରରେ ବୁଡ଼ି ରହିଥିବା ଏକ ନୌକାରୁ ଗତକାଲି ୭ଜଣଙ୍କ ଶବ ଜବତ କରିଥିଲା ଏବଂ ୭୦ଶରଣାର୍ଥୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରିଥିଲେ।

ମରକ୍କୋର ଏକ ସୈନ୍ୟ ଅଧିକାରୀଙ୍କ କହିବା ଅନୁସାରେ ଉଦ୍ଧାର କରାଯାଇଥିବା ଲୋକଙ୍କ ମଧ୍ୟରେ ୧୦ଜଣ ମହିଳା ଏବଂ ଜଣେ ପିଲା ଅଛନ୍ତି। ସେମାନଙ୍କ ଅବସ୍ଥା ଶୋଚନୀୟ ରହିଛି। ତାଙ୍କୁ ଚିକିତ୍ସା ପାଇଁ ଉତ୍ତର ମରକ୍କୋର ନାଦୋରକୁ ପଠାଯାଇଛି।

ସୂଚନା ଯୋଗ୍ୟ ଯେ ମୃତ୍ୟୁବରଣ କରିଥିବା ୭ଜଣଙ୍କ ମଧ୍ୟରୁ ୩ଜଣ ମହିଳା। ପାଖାପାଖି ୧୦୦ଜଣ ଶରଣାର୍ଥୀଙ୍କୁ ସ୍ପେନ୍ ନେଇଯାଉଥିବା ନୌକା ରାତିରେ ବୁଡ଼ି ଯାଇଥିଲା। ୨୪ଜଣ ଶରଣାର୍ଥୀ ଏଯାଏଁ ନିଖୋଜ ଅଛନ୍ତି।

Related Posts
‘POCSO’ ଆଇନ କ’ଣ ? ଜାଣନ୍ତୁ ଏହାର ପ୍ରାବଧାନ
28 January 2021