କ୍ବାରେଣ୍ଟାଇନ୍‌ରେ ଗଲେ ୭୦ ଡାକ୍ତର, ମେଡିସିନ୍ ଓପିଡି ୧୨ ଯାଏଁ ବନ୍ଦ

Published By : Prameya-News7 Bureau | August 06, 2020 IST

ସମ୍ବଲପୁର ୬।୮: ବୁର୍ଲା ଭୀମସାର ମେଡିସିନ୍ ଓପିଡି ଆଜିଠାରୁ ୧୨ ତାରିଖ ଯାଏଁ ବନ୍ଦ । ଏହି ସୂଚନା ଦେଇଛନ୍ତି ଭୀମସାର୍ କର୍ତ୍ତୃପକ୍ଷ । ଏହାସହ ୭୦ ଜଣ ଡାକ୍ତରଙ୍କୁ କ୍ବାରାଣ୍ଟାଇନ୍ ରେ ପଠାଯାଇଛି । ଏହି ୭୦ ଡାକ୍ତରଙ୍କ ମଧ୍ୟରେ କେବଳ ମେଡିସିନ୍ ବିଭାଗରୁ ୩୮ ଜଣ ଅଛନ୍ତି । ଫଳରେ ମେଡିସିନ୍ ଓପିଡିକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି କର୍ତ୍ତୃପକ୍ଷ । ତେବେ ଏହି ସମୟରେ ମେଡିସିନ୍ ବିଭାଗ ରୋଗୀଙ୍କୁ କାଜୁଆଲଟି ସେବା ଦିଆଯିବ ।

ମଙ୍ଗଳବାର ମେଡିସିନ୍ ବିଭାଗର ୯ ଜଣ ଡାକ୍ତର ପଜିଟିଭ୍ ବାହାରିବା ପରେ ଏହି ପଦକ୍ଷେପ ନିଆଯାଇଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ଟେଲି ମେଡିସିନ୍ ସେବାକୁ ଗୁରୁତ୍ବ ଦିଆଯାଉଛି । ଟେଲି ମେଡିସିନ ନମ୍ବର ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.