ଚଳିତ ମାସରେ ୪ଟି ମୁଖ୍ୟଗ୍ରହ କରିବେ ରାଶି ପରିବର୍ତ୍ତନ, ଶନି ମାର୍ଗୀ ହୋଇ ଧନୁ ରାଶିରେ କରିବେ ଅବସ୍ଥାନ, ଏହି ୭ଟି ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ…

Published By : Prameya-News7 Bureau | September 02, 2019 IST

ନୂଆମାସ ସେପ୍ଟେମ୍ବର ମାସ ଆରମ୍ଭ ହୋଇସାରିଛି । ଏହି ମାସରେ ରବି, ମଙ୍ଗଳ, ବୁଧ ଏବଂ ଶୁକ୍ର ସେମାନଙ୍କ ଘର ବା ରାଶି ପରିବର୍ତ୍ତନ କରୁଛନ୍ତି । ସେହିଭଳି ଶନି ମହାଗ୍ରହ ମାର୍ଗୀ ହୋଇ ଧନୁରାଶିକୁ ଚଳନ କରିବେ । ଫଳରେ ବହୁ ଲୋକଙ୍କ ଜୀବନରେ ପରିବର୍ତ୍ତନ ଘଟିବ । ସୂଚନା ଯୋଗ୍ୟ ଯେ, ଏହି ସବୁ ଗ୍ରହଙ୍କ ରାଶି ପରିବର୍ତ୍ତନ ଫଳରେ ବିଭିନ୍ନ ରାଶିର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ଫଳ ପ୍ରାପ୍ତି ହୋଇଥାଏ ।  ଆସନ୍ତୁ ନଜର ପକାଇବା ଏହି ମାସରେ କେଉଁ ଗ୍ରହ କେଉଁ ରାଶିକୁ ଚଳନ କରିବେ ଏବଂ କେଉଁ ରାଶି ପାଇଁ ଭଲ ସମୟ ଆସୁଛି ।

ରବି- ପ୍ରାୟ ମାସକ ପରେ ରବି ମହାଗ୍ରହ ରାଶ ପରିବର୍ତ୍ତନ କରିବେ । ସେପ୍ଟେମ୍ବର ୧୭ ତାରିଖରେ ସିଂହ ରାଶିରୁ ସେ କନ୍ୟା ରାଶିରେ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ରରେ ରବିଙ୍କୁ ଭାଗ୍ୟାଧିପତି ବୋଲି କୁହାଯିବା ସହ ସେ ସିଧା ଚାଲିଥାନ୍ତି ବୋଲି କୁହାଯାଏ । ସିଂହ ଓ ମେଶ ରାଶିରେ ରବିଙ୍କ ସ୍ଥିତି ଉଚ୍ଚ । ତେବେ କନ୍ୟା ରାଶିରେ ମଧ୍ୟ ରବିଙ୍କର ସ୍ଥିତି ଭଲ । ବୁଧ ହେଉଛନ୍ତି କନ୍ୟାରାଶିର ଅଧିପତି ।

ଚନ୍ଦ୍ର-ଚନ୍ଦ୍ର  ପ୍ରତ୍ୟେକ ଅଢେଇ ଦିନରେ ରାଶି ପରିବର୍ତ୍ତନ କରିଥାନ୍ତି । ସୂଚନାଯୋଗ୍ୟ ଯେ, ଚନ୍ଦ୍ର ହେଉଛନ୍ତି ଏକମାତ୍ର ଗ୍ରହ , ଯିଏକି ଶୀଘ୍ର ଗ୍ରହରାଶି ପରିବର୍ତ୍ତନ କରିଥାନ୍ତି । ଚନ୍ଦ୍ରଙ୍କ ଚଳନକୁ ଦୃଷ୍ଟିରେ ରଖି ଦୈନିକ ରାଶିଫଳ ମଧ୍ୟ ନିର୍ଣ୍ଣୟ ହୋଇଥାଏ ।

ମଙ୍ଗଳ- ଚଳିତମାସ ୨୫ ତାରିଖରେ ମଙ୍ଗଳ ମଧ୍ୟ କନ୍ୟା ରାଶିରେ ପ୍ରବେଶ କରିବେ । ଏବେ ମଙ୍ଗଳ ସିଂହରାଶିରେ ରବି ଓ ବୁଧଙ୍କ ସହ ଅବସ୍ଥାନ କରୁଛନ୍ତି । ରବିଙ୍କ ଭଳି ମଙ୍ଗଳ ମେଷ, ସିଂହ ଏବଂ ବିଚ୍ଛା ରାଶିରେ ଉଚ୍ଚ ବୋଲି ବିବେଚନା କରାଯାଇଥାଏ । ମଙ୍ଗଳଙ୍କୁ ଜାତକରେ ତେଜର ପ୍ରତୀକ ବୋଲି ବିବେଚନା କରାଯାଏ । ମଙ୍ଗଳ ଜାତବ୍ୟକ୍ତିଙ୍କୁ ତେଜସ୍ବୀ କରିଥାଏ । ମଙ୍ଗଳଙ୍କ ରାଶି ପରିବର୍ତ୍ତନ ବିଭିନ୍ନ ରାଶିର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ଫଳ ପ୍ରଦାନ କରିବେ ।

ବୁଧ- ଜାତକରେ ବୁଧଙ୍କ ସ୍ଥିତି ଭଲଥିଲେ ଜାତ ବ୍ୟକ୍ତି ବିଦ୍ବାନ ହେବା ସହ ତର୍କ କରିବାରେ ଦକ୍ଷତା ହାସଲ କରିଥାନ୍ତି । ସେପ୍ଟେମ୍ବର ୧୧ତାରିଖରେ ବୁଧ କନ୍ୟା ରାଶିରେ ପ୍ରବେଶ କରିବେ । କନ୍ୟା ରାଶି ହେଉଛି ବୁଧଙ୍କ ସ୍ବକ୍ଷେତ୍ର । ତେବେ ଚଳିତ ମାସ ୨୯ତାରିଖ ପର୍ଯ୍ୟନ୍ତ କନ୍ୟା ରାଶିରେ ଅବସ୍ଥାନ କରିବାପରେ ବୁଧ ତୁଳା ରାଶିକୁ ଚଳନ କରିବେ ।

ବୃହସ୍ପତି- ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇଥାଏ । ବୃସ୍ପତିଙ୍କୁ ଦେବ ଗୁରୁ ବୋଲି ମଧ୍ୟ କୁହାଯାଏ । ଏହି ମାସରେ ବିଛା ରାଶିରେ ବୃସ୍ପତି ମାର୍ଗୀ ହୋଇ ରହିବେ ।

ଶୁକ୍ର- ଏହି ମହାଗ୍ରହଙ୍କ ଶୁଭ ଅବସ୍ଥିତି ବ୍ୟକ୍ତିଙ୍କୁ ସୁଖ ସମୃଦ୍ଧି ପ୍ରଦାନ କରିଥାଏ ।ସେପ୍ଟେମ୍ବର ୧୦ ତାରିଖରେ ଶୁକ୍ର କନ୍ୟା ରାଶିରେ ପ୍ରବେଶ କରିବେ । ୨୫ ତାରିଖରେ ଏହି ରାଶିରେ  ହିଁ ଶୁକ୍ରଙ୍କ ଉଦୟ ହେବ ।

ଶନି- ୧୮ତାରିଖରେ ଧନୁ ରାଶିରେ ଶନି ବକ୍ରୀରୁ ମାର୍ଗୀ ହୋଇଯିବେ । ସମସ୍ତଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ।ସୂଚନାଯୋଗ୍ୟ ଯେ, ଶନି ଅଢେଇ ବର୍ଷରେ ରାଶି ପରିବର୍ତ୍ତନ କରିଥାନ୍ତି ।

ଏହିସବୁ ରାଶି ଗ୍ରହଚଳନ କାରଣରୁ ଏହି ମାସରେ ୭ଟି ରାଶି ଅତ୍ୟନ୍ତ ବାଗ୍ୟଶାଳୀ ସାବ୍ୟସ୍ତ ହେବେ । ଏହି ରାଶିଗୁଡିକ ହେଲା-ବୃଷ, ମିଥୁନ, ସିଂହ, କନ୍ୟା, ଧନୁ, ମକର ଏବଂ କୁମ୍ଭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.