ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର

Published By : Prameya-News7 Bureau | February 27, 2021 IST

ଯାଜପୁର ୨୭/୦୨ : ମା’ ବିରଜାଙ୍କ ଦର୍ଶନ ସାରି ଫେରୁଥିଲେ । ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଟାଉନଥାନା ଯୋଡ଼ିକୁଅ ଛକ ନିକଟରେ । ରାସ୍ତା ପ୍ରସସ୍ଥିକରଣ ପାଇଁ ଏଠାରେ ଏକ ବିଶାଳ ଚାକୁଣ୍ଡାଗଛ କଟାଯାଉଥିଲା । ତେବେ ସେହି ରାସ୍ତାଦେଇ ଗୋଟିଏ ପରିବାରର ବାପା ମାଆ ଓ ପୁଅ-ଝିଅ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ସେମାନଙ୍କ ଉପରେ ଗଛ ପଡ଼ିଯାଇଥିଲା । ଫଳରେ ଚାପି ହୋଇ ୭ବର୍ଷର ପୁଅରୁ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବାପା ମାଆ ଓ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":415745,"sizeSlug":"large","linkDestination":"none"}

କିଛି ଲୋକଙ୍କ ଅସାବଧାନତା ଯୋଗୁଁ ଚାଲିଗଲା ଜଣେ ୭ବର୍ଷର ଶିଶୁର ଜୀବନ । ସେମାନଙ୍କ ଖାମଖିଆଲି ନୀତି ପାଇଁ ଏବେ ହସ୍ପିଟାଲ ବେଡ୍‌ରେ ପଡ଼ି ଜୀବନ ସହ ସଂଘର୍ଷ  କରୁଛି ଏକ ନିରୀହ ପରିବାର। ତେବେ କିଏ ସେ ଲୋକମାନେ ? କାହା ପାଇଁ ଏ ନୀରିହ ପରିବାର ଉପରେ ଅସମୟରେ ପଡ଼ିଲା ଏମିତି ଚଡ଼କ ?  ମା’ ବିରଜାଙ୍କ ଦର୍ଶନ ସାରି ମନ ଖୁସିରେ ଘରକୁ ଫେରୁଥିଲା ପୂରା ପରିବାର । ମୋଟର ସାଇକେଲରେ ଥିଲେ ସ୍ବାମୀ ସ୍ତ୍ରୀ ଓ ଦୁଇ କୁନି କୁନି ପୁଅ ଝିଅ । ହେଲେ ରାସ୍ତାରେ ଯେ, ଏତେବଡ଼ ଅଘଟଣ ଘଟିବ ସେକଥା ବୋଧ ହୁଏ ସେମାନଙ୍କ କଳ୍ପନା ବାହାରେ ଥିଲା ।

{"id":415746,"sizeSlug":"large","linkDestination":"none"}

ଯାଜପୁର ଟାଉନଥାନା ଯୋଡ଼ିକୁଅ ଛକ ନିକଟରେ ରାସ୍ତା ପ୍ରସସ୍ଥିକରଣ ପାଇଁ କଟାଯାଉଥିଲା  ଏକ ବିଶାଳକାୟ ଚାକୁଣ୍ଡା ଗଛ  । ଠିକ୍‌ ସେହି ସମୟରେ ସେହି ରାସ୍ତା ଦେଇ  ମୋଟର ସାଇକେଲରେ ଯାଉଥିବା ଏହି ପରିବାର ଉପରେ ହଠାତ୍‌ ଗଛଟି ପଡ଼ିଯାଇଥିଲା । ଏତେ ବଡ଼ ଗଛ ତଳେ ଚାପି ହୋଇଯାଇଥିଲା ପୂରା ପରିବାର । ସ୍ଥାନୀୟ୍ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଏହି ପରିବାରର ୭ବର୍ଷର ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତାତିଥିଲେ ଲୋକେ । କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଯାଜପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ହଟିଥିଲା ରାସ୍ତାରୋକ ।

{"id":415747,"sizeSlug":"large","linkDestination":"none"}

ଦୁର୍ଘଟଣାର ଶିକାର ହୋଇଥିବା ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଡ଼ିଆ ଗାଁର ସୁନନ୍ଦ ବିନ୍ଧାଣି ଓ ତାଙ୍କ ପରିବାର ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି କାହାର ଦାୟିତ୍ବ ହୀନତା ପାଇଁ ଏହି ନୀରିହ ପରିବାରକୁ ଏତେ ବଡ଼ କ୍ଷତି ସହିବାକୁ ପଡ଼ିଲା ? କେଉଁମାନଙ୍କ ଅବହେଳା ଓ ଅସାବଧାନତା ପାଇଁ ଜଣେ ଶିଶୁ ର ମୃତ୍ୟୁ ଘଟିଲା ? ସେମାନଙ୍କୁ  ପୋଲିସ ତୁରନ୍ତ ଗିରଫ କରି ହତ୍ୟା ମକଦମାରେ ଜେଲ ପଠାଇବା ଦରକାର ।  କାରଣ ସେଇମାନେ ହିଁ ଏହି ଶିଶୁର ହତ୍ୟାକାରୀ ।

ରାସ୍ତା ପ୍ରସସ୍ଥିକରଣ ପାଇଁ ଗଛ କଟାବେଳେ କାହିଁକି ରାସ୍ତାର ଉଭୟ ପାଖ ସିଲ୍‌ କରାଯାଇନଥିଲା ?  ଏହି ଦୁର୍ଘଟଣା ପାଇଁ କିଏ ଦାୟି ? ତା’ର ଉତ୍ତର ସ୍ଥାନୀୟ ପ୍ରଶାସନକୁ ହିଁ ଦେବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.