Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

୭ ବର୍ଷ ୩ ମାସ ୩ ଦିନ ପରେ ନ୍ୟାୟ… ସେହି ଭୟାନକ ରାତିରୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ କେମିତି ଥିଲା କାହାଣୀ

20/03/2020 at 8:14 AM

ନୂଆଦିଲ୍ଲୀ ୨୦।୩: ରାଜଧାନୀ ଦିଲ୍ଲୀରେ ୭ବର୍ଷ ପୂର୍ବେ ଘଟିଥିବା ସେହି ଲୋମହର୍ଷଣକାରୀ ଗଣଦୁଷ୍କର୍ମ ମାମଲାରେ ନିର୍ଭୟାଙ୍କୁ ଶେଷରେ ନ୍ୟାୟ ମିଳିଛି । ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଶେଷରେ ତିହାର ଜେଲର ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି । ୪ ଦୋଷୀଙ୍କ ଓକିଲ ଫାଶୀକୁ ଟାଳିବା ପାଇଁ ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇ ବିଭିନ୍ନ ପ୍ରକାର ପ୍ରୟାସ କରିଥିଲେ ମଧ୍ୟ ସେ ସେଥିରେ ଅସଫଳ ହୋଇଛନ୍ତି । ଦିଲ୍ଲୀ ହାଇକୋର୍ଟରୁ ୪ ଦୋଷୀଙ୍କୁ ଆଶ୍ବସ୍ତି ମିଳିନଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ ୪ ଦୋଷୀଙ୍କ ଡେଥ୍ ଓ୍ବାରେଣ୍ଟକୁ କାଏମ ରଖିଥିଲେ ।

ନିର୍ଭୟାଙ୍କ ପରିବାରଲୋକଙ୍କୁ ନ୍ୟାୟ ପାଇବା ପାଇଁ ବହୁ ବର୍ଷ ଧରି ଅପେକ୍ଷା କରିବାକୁ ପଡିଥିଲା । ୭ ବର୍ଷ ୩ ମାସ ୩ ଦିନ ପରେ ନିର୍ଭୟାଙ୍କ ପରିବାରଲୋକଙ୍କୁ ନ୍ୟାୟ ମିଳିଛି । ଆସନ୍ତୁ ଜାଣିବା ୪ ଅଭିଯୁକ୍ତ କେମିତି ପହଞ୍ଚିଲେ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ …

୧୬ ଡିସେମ୍ବର ୨୦୧୨ :

ଦିଲ୍ଲୀର ମୁନିରକାରେ ୬ ଜଣ ମିଶି ଚଳନ୍ତା ବସ୍‌ରେ ପାରାମେଡିକାଲ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ନିର୍ଦ୍ଦୟତାର ସବୁ ସୀମା ଟପିଯାଇଥିଲେ ଏହି ୬ଜଣ । ଯାହାକୁ ଦେଖିଲେ ଏବଂ ଶୁଣିଲେ ଯେକୌଣସି ଲୋକ ମଧ୍ୟ ଭୟରେ ଥରି ଉଠିବ । ଏହି ଘଟଣାରେ ପୀଡିତାଙ୍କ ପୁରୁଷ ବନ୍ଧୁ ମଧ୍ୟ ବସ୍‌ରେ ଥିଲେ । ଦୋଷୀମାନେ ତାଙ୍କୁ ମଧ୍ୟ ମାଡ ମାରିଥିଲେ । ଏହାପରେ ଯୁବତୀ ଏବଂ ପୁରୁଷ ବନ୍ଧୁଙ୍କୁ ଚଳନ୍ତା ବସ୍‌ରୁ ଫିଙ୍ଗି ଫିଙ୍ଗିଦେଇଥିଲେ ଅଭିଯୁକ୍ତ ।

୧୮ ଡିସେମ୍ବର, ୨୦୧୨ :

ଦିଲ୍ଲୀ ପୋଲିସ ୪ ଅଭିଯୁକ୍ତ ରାମ ସିଂହ, ମୁକେଶ, ବିନୟ ଶର୍ମା ଏବଂ ପଓ୍ବନ ଗୁପ୍ତାକୁ ଗିରଫ କରିଥିଲା ।

୨୧ ଡିସେମ୍ବର, ୨୦୧୨ :

ପୋଲିସ ଦିଲ୍ଲୀରୁ ଜଣେ ନାବାଳକକୁ ଦିଲ୍ଲୀ ଏବଂ ୬ଷ୍ଠ ଦୋଷୀ ଅକ୍ଷୟ ଠାକୁରକୁ ବିହାରରୁ ଗିରଫ କରିଥିଲା ।

୨୯ ଡିସେମ୍ବର, ୨୦୧୨ :

ପୀଡିତା ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ସ୍ଥିତିରେ ସୁଧାର ନଆସିବାରୁ ତାଙ୍କୁ ସିଙ୍ଗାପୁର ପଠାଯାଇଥିଲା । ସେଠାରେ ଡାକ୍ତରଖାନାରେ ଚିକିତ୍ସା ସମୟରେ ପୀଡିତା ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ପୀଡିତାଙ୍କ ମା’ କହିଥିଲେ ଯେ, ସେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଥିଲେ ।

୪ ଜାନୁଆରୀ, ୨୦୧୩ :

ପୋଲିସ ୪ ଦୋଷୀଙ୍କ ବିରୋଧରେ ହତ୍ୟା, ଗଣଦୁଷ୍କର୍ମ, ହତ୍ୟା ଉଦ୍ୟମ, ଅପହରଣ, ଡକାୟତି ମାମଲା ରୁଜୁ କରିବା ପରେ ଚାର୍ଜସିଟ୍ ଦାଖଲ କରିଥିଲା ।

୭ ଜାନୁଆରୀ, ୨୦୧୩ :

ଫାଷ୍ଟ ଟ୍ରାକ୍ କୋର୍ଟ ୫ ଦୋଷୀଙ୍କପ ଅଭିଯୁକ୍ତ ସାବ୍ୟସ୍ତ କରିଥିଲେ ।

୧୧ ଜାନୁଆରୀ, ୨୦୧୩ :

ଏହି ସମୟ ମଧ୍ୟରେ ତିହାର ଜେଲରେ ଦୋଷୀ ରାମ ସିଂହ ଆତ୍ମହତ୍ୟା କରିଥିଲେ ।

୩୧ ଅକ୍ଟୋବର, ୨୦୧୩ :

ଜୁଭେନାଇ୍ ବୋର୍ଡ ନାବାଳକ ଦୋଷୀକୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲା । ତାକୁ୩ ବର୍ଷ ପର୍ଯ୍ୟନ୍ତ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା ।

୧୦ ଡିସେମ୍ବର, ୨୦୧୩ :

ଫାଷ୍ଟ ଟ୍ରାକ୍ କୋର୍ଟ ମୁକେଶ, ବିନୟ, ପଓ୍ବନ ଏବଂ ଅକ୍ଷୟକୁ ଦୋଷୀ ସାବ୍ୟସ୍ତ କରିଥିଲେ ।

୧୩ ଡିସେମ୍ବର, ୨୦୧୩ :

କୋର୍ଟ ମୁକେଶ, ବିନୟ, ପଓ୍ବନ ଏବଂ ଅକ୍ଷୟକୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ ।

୧୩ ମାର୍ଚ୍ଚ, ୨୦୧୪ :

ଦିଲ୍ଲୀ ହାଇକୋର୍ଟ ୪ ଦୋଷୀଙ୍କ ମୃତ୍ୟୁଦଣ୍ଡକୁ କାୟମ ରଖିଥିଲେ ।

୧୫ ମାର୍ଚ୍ଚ, ୨୦୧୪ :

ସୁପ୍ରିମକୋର୍ଟ ୪ ଦୋଷୀଙ୍କ ଫାଶୀ ଦଣ୍ଡ ଉପରେ ରୋକ୍ ଲଗାଇଥିଲେ ।

୨୦ ଡିସେମ୍ବର, ୨୦୧୫ :

ନାବାଳକ ଦୋଷୀକୁ ବାଳ ସୁଧାର ଗୃହରୁ ମୁକ୍ତ କରାଯାଇଥିଲା । ଯାହାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

୨୭ ମାର୍ଚ୍ଚ, ୨୦୧୬ :

ସୁପ୍ରିମକୋର୍ଟ ଦୋଷୀମାନଙ୍କ ଆବେଦନ ଉପରେ ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ ।

୫ ମେ, ୨୦୧୭ :

ସୁପ୍ରିମକୋର୍ଟ ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ ।

୯ ନଭେମ୍ବର, ୨୦୧୭ :

ଦୋଷୀ ମୁକେଶ ସୁପ୍ରିମକୋର୍ଟରେ ଫାଶୀ ଦଣ୍ଡାଦେଶ କାଏମ ରଖିବା ନିଷ୍ପତ୍ତି ଉପରେ ପୁର୍ନବିଚାର କରିବା ପାଇଁ ପିଟିସନ୍ ଦାୟର କରିଥିଲା । ଯାହାକୁ ଖାରଜ କରିଦିଆଯାଇଥିଲା ।

ଡିସେମ୍ବର, ୨୦୧୯ :

ପ୍ରାୟ ଅଢେଇ ବର୍ଷ ପରେ ଦୋଷୀ ଅକ୍ଷୟଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ ହୋଇଥିଲା ।

ଡିସେମ୍ବର, ୨୦୧୯ :

ନିର୍ଭୟାଙ୍କ ମା’ଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ୍ ବିରୋଧରେ ପିଟିସନ୍ ଦାଖଲ ହୋଇଥିଲା ।

ଜାନୁୟାରୀ ୧୭, ୨୦୨୦ :

ଜାନୁଆରୀ ୨୧ ତାରିଖ ସକାଳ ୭ଟାରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀର ଏକ କୋର୍ଟ ସମୟ ଧାର୍ଯ୍ୟ କରିଥିଲେ।

ଜାନୁଆରୀ ୮, ୨୦୨୦:

ପୱନ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା । ଏହା ପରେ ମୁକେଶ ତରଫରୁ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଥିଲା ।

ଜାନୁଆରୀ ୧୪, ୨୦୨୦:

ମୁକେଶ ପକ୍ଷରୁ ରାଷ୍ଟ୍ରପତିଙ୍କ ସମ୍ମୁଖରେ କ୍ଷମା ଆବେଦନ କରାଯାଇଥିଲା, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । କିନ୍ତୁ ଦୟା ଆବେଦନ ପ୍ରକ୍ରିୟା ହେତୁ ଫାଶୀ ସ୍ଥଗିତ ରଖାଯାଇଥିଲା ଏବଂ ଫେବୃଆରୀ ୧ ତାରିଖ ସକାଳ ୬ ଟାରେ ଫାଶୀ ଦେବା ଲାଗି ନୂତନ ସମୟ ସ୍ଥିର କରାଯାଇଥିଲା।

ଜାନୁଆରୀ ୩୦, ୨୦୨୦:

ପୱନ, ଅକ୍ଷୟ ଏବଂ ବିନ ଦ୍ବାରା ଗୋଟିଏ ପରେ ଗୋଟିଏ ଆଇନଗତ ବାଜି ଖେଳାଯାଇଥିଲା | ଏହାପରେ ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟକୁ ରଦ୍ଦ କରି ମାର୍ଚ୍ଚ ୩ ତାରିଖ ସ୍ଥିର କରିଥିଲେ।

ମାର୍ଚ୍ଚ ୨, ୨୦୨୦:

ପୱନ ଗୁପ୍ତା ତରଫରୁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରାଯାଇଥିଲା, ଏହା ପରେ ମାର୍ଚ୍ଚ ୩ ତାରିଖ ମଧ୍ୟ ବାତିଲ କରାଯାଇଥିଲା। ଫାଶୀର ନୂତନ ତାରିଖ ୨୦ ମାର୍ଚ୍ଚରେ ସ୍ଥିର କରାଯାଇଥିଲା |

ମାର୍ଚ୍ଚ ୧୯, ୨୦୨୦:

ନିର୍ଭୟା ଦୋଷୀମାନଙ୍କ ଓକିଲ ଏପି ସିଂଙ୍କ ତରଫରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଓକିଲଙ୍କ ସମସ୍ତ ଉଦ୍ୟମ ପରେ ରାତି ୧୨ ଟାରେ ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

୨୦ ମାର୍ଚ୍ଚ ୨୦୨୦:

ଓକିଲ ଏପି ସିଂ ବିଳମ୍ବିତ ରାତିରେ ସୁପ୍ରିମକୋର୍ଟ ଯାଇଥିଲେ। ସ୍ବତନ୍ତ୍ର ବେଞ୍ଚ୍ ୨ଟା ୩୦ରେ ଶୁଣାଣି ଆରମ୍ଭ କରିଥିଲେ । ଶୁଣାଣି ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ​​ଏବଂ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ। ଫଳରେ ସକାଳ ୫ଟା ୩୦ରେ ଫାଶୀ ଦେବାର ଅନ୍ତିମ ନିଷ୍ପତ୍ତି ନିଆଯାଇଥିଲା ଏବଂ ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା।

   Related Posts