ନିର୍ଭୟା ଗଣଦୁଷ୍କର୍ମ ମାମଲା : ୭ ବର୍ଷ ପରେ ବି..ଲୁହ ଶୁଖିନି

Published By : Prameya-News7 Bureau | December 16, 2019 IST

ନୂଆଦିଲ୍ଲୀ ୧୬।୧୨:  ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ଆଜି ପୁରିଛି ୭ ବର୍ଷ । ଜଣେ ପାରାମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସହ ନିର୍ଯାତନା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ୨୦୧୨ ଡିସେମ୍ବର ୧୬ରେ ଦେଶର ରାଜଧାନୀ ଦିଲ୍ଲୀରେ ହୋଇଥିବା ଗଣଦୁଷ୍କର୍ମ ପୁରା ଦେଶକୁ ଦୋହଲାଇ ଦେଇଥିଲା ।

{"id":198280,"sizeSlug":"large"}

ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୬ତାରିଖ ରାତିରେ ପାରାମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସରେ ଦୁଷ୍କର୍ମ କରିଥିଲେ ୬ ଜଣ ନରରାକ୍ଷସ । ଦୁଷ୍କର୍ମ କରିବା ପରେ ଜଘନ୍ୟ ଶାରୀରିକ ନିର୍ଯାତନା ଦେଇଥିଲେ । ଜୀବନ ରକ୍ଷା ପାଇଁ ଚଳନ୍ତା ବସରେ ଯୁବତୀ ଜଣକ ଚିତ୍କାର କରିଥିଲେ ବି ସେମାନଙ୍କ କବଳରୁ ଖସିପାରିନଥିଲେ । କାହା କାନରେ ପଡିନଥିଲା ନିର୍ଭୟାଙ୍କ ବୁକୁ ଫଟା ଚିତ୍କାର । କିଛି ଘଣ୍ଟା ମଧ୍ୟରେ ନିର୍ଭୟାଙ୍କ ସ୍ବରକୁ ସବୁ ଦିନ ପାଇଁ ଚାପି ଦେଇଥିଲେ ନର ପିଶାଚ । ଘଟଣାର ୧୩ ଦିନ ପରେ ସିଙ୍ଗାପୁରରେ ଆଖି ବୁଜିଥିଲେ ପୀଡିତା ।

{"id":198282,"sizeSlug":"large"}

ଏପରି ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଦେଶରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ସଡକ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି ନିର୍ଭୟାକୁ ନ୍ୟାୟ ଦାବି ଜୋର ଧରିଥିଲା । ଏସବୁ ଭିତରେ ନିର୍ଭୟା ଗଣଦୁଷ୍କର୍ମର ୬ ଦୁଷ୍କର୍ମକାରୀଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଅଭିଯୁକ୍ତ ରାମ ସିଂହ, ମୁକେଶ ସିଂହ, ପବନ ଗୁପ୍ତା, ଅକ୍ଷୟ ଠାକୁର, ବିନୟ ଶର୍ମା ଏବଂ ଜୁବେନାଇଲ୍ ମହମ୍ମଦ ଆଫ୍ରୋଜକୁ ଗିରଫ କଲା ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡ ଦେବାକୁ ସାରା ଦେଶରେ ନାରା ଦିଆ ଯାଇଥିଲା ।ତେବେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଜେଲରେ ଆତ୍ମହତ୍ୟା କରିଥିଲା ବସର ଡ୍ରାଇଭର ।

{"id":198283,"width":565,"height":326,"sizeSlug":"large"}

୨୦୧୩ ମାର୍ଚ୍ଚରେ ତିହାର ଜେଲରେ ବେକରେ ଫାଶୀ ଲଗାଇ ଝୁଲି ପଡିଥିଲେ ରାମ ସିଂ । ସେହିପରି ଅନ୍ୟ ଜଣେ ନାବାଳକ ଅଭିଯୁକ୍ତକୁ ସୁଧାରଗୃହରେ ୩ବର୍ଷ ରଖିବା ପରେ ଛାଡି ଦିଆଯାଇଥିଲା । ଏହା ପରେ ୪ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ଫାଶୀ ଦଣ୍ଡାଦେଶ କରିଥିବାବେଳେ ଏହାକୁ ସେମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହେଲେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଆଉ ଶେଷରେ ମେ ୫, ୨୦୧୭ରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ ।

{"id":189865,"sizeSlug":"large"}

ତେବେ ଏହା ଭିତରେ ଅଢେଇ ବର୍ଷ ବିତି ଯାଇଥିଲେ ମଧ୍ୟ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିନଥିଲା । ତେବେ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିବା ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ବାଟ ଫିଟିଛି । ଆଉ ଏଥିପାଇଁ ତିହାର ଜେଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଫାଶୀ ଦଉଡି ଯୋଗାଇଦେବା ପାଇଁ ବିହାରର ବକ୍ସର ଜେଲ ପ୍ରଶାସନକୁ କୁହାଯାଇଥିବା ବେଳେ  ଜହ୍ଲାଦ ଖୋଜା ଅଭିଯାନ ଏକପ୍ରକାର ଶେଷ ହୋଇଛି । ୧୮ରେ ୪ ନିର୍ଭୟା ହତ୍ୟାକାରୀଙ୍କ ଅନ୍ତିମ ଫୈସଲା ଶୁଣାଇବେ ସୁପ୍ରିମକୋର୍ଟ। ଏବେ ଅପେକ୍ଷା କେବେ ଫାଶୀ ପାଇବେ ୪ ଅପରାଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.