ପାକିସ୍ତାନ ଜେଲ୍‌ରେ ୭ବର୍ଷର ନିର୍ଯାତନା ବଖାଣିଲେ ସୁନ୍ଦରଗଡର କୁନ୍ଦନ

Published By : Prameya-News7 Bureau | March 07, 2019 IST

ରାଉରକେଲା ୭|୩ ଅଶୋକ ଦାସ : ନିକଟରେ ବାୟୁସେନାର ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିଛି । ଆଉ ପାକିସ୍ତାନରେ ତାଙ୍କୁ ଦିଆଯାଇଥିବା ଅକଥନୀୟ ନିର୍ଯାତନାର କାହାଣୀ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ଅଭିନନ୍ଦନଙ୍କ ମେରୁଦଣ୍ଡର ନିମ୍ନଭାଗରେ ଏବଂ ତାଙ୍କ ପଞ୍ଜରାରେ ଆଘାତ ଲାଗିଥିବାରୁ ସେ ଏବେ ଚିକିତ୍ସିତ ହେଉଛନ୍ତି ।

{"id":91460}

ପାକିସ୍ତାନରେ ଭାରତୀୟ ପ୍ରତି ରହିଥିବା ଆକ୍ରୋଶ ମନୋଭାବର ଇଏ ଗୋଟିଏ ଉଦାହରଣ ନୁହେଁ କି । ପାକିସ୍ତାନୀ ବର୍ବରତାର ଏମିତି ଆହୁରି ଅନେକ କାହାଣୀ ରହିଛି ଯାହା ଲୋକଲୋଚନକୁ ଆସିପାରି ନାହିଁ । ଏମିତିରେ ୧୯୯୭ରୁ ୭ବର୍ଷ ଧରି ପାକିସ୍ତାନ ଜେଲରେ ରହି ଭାରତ ଫେରିଥିବା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର କୁନ୍ଦନ ଗୁଡ଼ିଆଙ୍କୁ ଭେଟିଥିଲା ନ୍ୟୁଜ୍‌ ସେଭେନ୍‌ ଟିମ୍‌ ।

{"id":91445}

୧୯୯୭ ମସିହାର କଥା । ପେଟ ଛାଖଣ୍ଡକ ପାଇଁ ଦାଦନ ଖଟିବାକୁ ରାଜସ୍ଥାନ ପଳାଇଥିଲେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର କୁନ୍ଦନ ଗୁଡ଼ିଆ । ଦୁଇ ଦିନ ସେଠାରେ କାମ କରିବା ପରେ ମାଲିକ ସହ ପାଟିତୁଣ୍ଡ ହୋଇଥିଲା । ଆଉ ମାଲିକର ମାଡ଼ ଭୟରେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁ କରୁ କେତେବେଳେ ଯେ, ସେ ସୀମା ଆରପାରି ପାକିସ୍ତାନକୁ ପଳାଇଥିଲେ ସେକଥା ନିଜେ ବି ଜାଣିନଥିଲେ ।

{"id":91458}

ପାକିସ୍ତାନ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିବାର ଦୁଇ ଦିନ ପରେ ଜାଣିଲେ ଯେ, ସେ ଭାରତରେ ନୁହେଁ ପାକିସ୍ତାନରେ ଅଛନ୍ତି । ଏହା ପରେ ଆରମ୍ଭ ହୋଇଥିଲା କୁନ୍ଦନଙ୍କ ନିର୍ଯାତନାର କାହାଣୀ । କେତେବେଳେ ବାବୁଲ ନଗର ତ କେତେବେଳେ ସିଆଲକୋଟ, ପୁଣି କେତେବେଳେ ରାଓଲପିଣ୍ଡି ଜେଲରେ ବିତିଥିଲା ଦୁର୍ବିଶହ ଜୀବନ । ତାଙ୍କୁ ଜେଲରେ ପିଟି ପିଟି ପଙ୍ଗୁ କରିଦେଇଥିଲେ ପାକ୍‌ ସୁରକ୍ଷାକର୍ମୀ ।

{"id":91448}

ଲାହୋର ଜେଲରେ ଥିବା ବେଳେ ଘର ଲୋକଙ୍କ ପାଖକୁ ଲେଖିଥିବା ଚିଠିରୁ କୁନ୍ଦନଙ୍କ ସମ୍ପର୍କରେ ଜଣାପଡ଼ିଥିଲା । ଏହା ପରେ ଭାରତ ସରକାରଙ୍କ ସହଯୋଗ ପରେ ୭ବର୍ଷ ପରେ ଅର୍ଥାତ୍‌ ୨୦୦୪ ଅଗଷ୍ଟରେ କୁନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିଥିଲା ପାକିସ୍ତାନ ।

{"id":91459}

ଓ୍ବାଘା ବର୍ଡ଼ର ଦେଇ ସ୍ବଦେଶକୁ ଫେରିଥିଲେ କୁନ୍ଦନ । ଘରକୁ ଫେରିବା ପରେ ଓଡ଼ଶା ସରକାର କୁନ୍ଦନଙ୍କୁ ଅନୁକମ୍ପା ମୂଳଳ ରାଶି ଭାବେ ୨୫ ହଜାର ଟଙ୍କା ଦେବା ସହ ଚାକିରୀ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ୨୫ହଜାର ଟଙ୍କା ତ ମିଳିଲା ହେଲେ ପ୍ରତିଶ୍ରୁତିର ୧୪ ବର୍ଷ ପରେ ବି  ମିଳିଲାନି ନିଯୁକ୍ତି । ଏବେ ବିବାହିତା ଝିଅ ଓ ନାତିଙ୍କୁ ଧରି ଦୁଃଖ କଷ୍ଟରେ ଚଳୁଛନ୍ତି କୁନ୍ଦନ ।

{"id":91450}

ପାକିସ୍ତାନ ଏମିତି ଗୋଟେ ଦେଶ, ଯାହାର ନାମ ଆଉ କାମ ଭିତରେ ଆକାଶ ପାତାଳର ଫରକ୍‌ ରହିଛି । ସବୁ ନାପାକ୍‌ ଆକ୍ଟିଭିଟି ପାଇଁ ପାକିସ୍ତାନକୁ ଖୁବ୍‌ଶୀଘ୍ର ତା’ର ପରିଣାମ ଭୋଗିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.