୭ ବର୍ଷର ପରୀ ଧୋନୀଙ୍କ ଭଳି ଖେଳୁଛନ୍ତି ହେଲିକପ୍ଟର ସଟ୍, ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ଇଂଲଣ୍ଡ ଖେଳାଳି

Published By : Prameya-News7 Bureau | August 15, 2020 IST

ରୋହତକ, ୧୫|୦୮:  ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ କେବଳ ଆଇପିଏଲ ଖେଳିବେ ବୋଲି କହିଛନ୍ତି । ତେବେ ଧୋନୀ ହେଲିକପ୍ଟର ସଟ୍ ପାଇଁ ପ୍ରସିଦ୍ଧ । ଏପରି ସଟ୍ ଖେଳିବାରେ ସେ ସିଦ୍ଧହସ୍ତ । କିନ୍ତୁ ହରିୟାଣାର ରୋହତକରେ ରହୁଥିବା ଜଣେ ୭ ବର୍ଷର ଝିଅ ପରୀ ଶର୍ମା ମଧ୍ୟ ଏପରି ସଟ୍ ଖେଳି ସମସ୍ତଙ୍କୁ ଚକିତ କରିଛନ୍ତି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ପରୀଙ୍କ ସଟ୍ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

{"id":315144,"width":668,"height":344,"sizeSlug":"large"}

ପରୀ ମାତ୍ର ୩ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ . ସେ ୭ ବର୍ଷ ବୟସରେ ସମସ୍ତ ସଟ୍ ଖେଳିବା ଶିଖିଯାଇଛନ୍ତି । ସେ ଧୋନୀ ଓ ବିରାଟ କୋହଲିଙ୍କୁ ନିଜର ଆଦର୍ଶ ମାନନ୍ତି । ସେ ଭବିଷ୍ୟତରେ କ୍ରିକେଟର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ସେ ନିଜ ପିତାଙ୍କଠାରୁ କ୍ରିକେଟ ଖେଳିବା ଶିଖିଛନ୍ତି । ଦୈନିକ ପ୍ରାୟ ୮ରୁ ୧୦ ଘଣ୍ଟା ସେ ଅଭ୍ୟାସ କରନ୍ତି । ତାଙ୍କ ପିତା ପ୍ରଦୀପ ଶର୍ମା ମଧ୍ୟ ହରିୟାଣା ବିଶ୍ୱବିଦ୍ୟାଳୟରେ କ୍ରିକେଟ ଖେଳୁଥିଲେ । ପ୍ରଦୀପ ନିଜେ କ୍ରିକେଟରେ ଆଗକୁ ଯାଇପାରି ନଥିଲେ କିନ୍ତୁ ଝିଅକୁ କ୍ରିକେଟର କରିବେ ବୋଲି କହିଛନ୍ତି ।

{"id":315145,"sizeSlug":"large"}

ପରୀ ଏମଏସ ଧୋନୀ ଚଳଚ୍ଚିତ୍ର ଦେଖି ପିତାଙ୍କୁ ହେଲିକପ୍ଟର ସଟ୍ ଶିଖିବେ ବୋଲି କହିଥିଲେ । ୩ ମାସରେ ସେ ହେଲିକପ୍ଟର ସଟ୍ ଖେଳିଥିଲେ ।

ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ, ମାଇକେଲ ଭନ୍ ଓ ଭାରତୀୟ ମହିଳା କ୍ରିକେଟର ଶିଖା ପାଣ୍ଡେ ମଧ୍ୟ ପରୀଙ୍କ ବ୍ୟାଟିଂ ଷ୍ଟାଇଲକୁ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.