ସ୍ପାଇଡର୍ ମ୍ୟାନ୍ ଭଳି କାନ୍ଥରେ ଚଢି ଯାଉଛନ୍ତି ୭ ବର୍ଷର ବାଳକ, ସ୍ପାଇଡର୍ ମ୍ୟାନ୍ ଫିଲ୍ମ ଦେଖି ହୋଇଥିଲେ ପ୍ରେରିତ

Published By : Prameya-News7 Bureau | September 08, 2020 IST

କାନପୁର ୦୮/୦୯ : ଉତ୍ତର ପ୍ରଦେଶ କାନପୁରର ଜଣେ ୭ ବର୍ଷର ଶିଶୁ ସ୍ପାଇଡର୍ ମ୍ୟାନ୍ ଭଳି କାନ୍ଥ ଉପରକୁ ଚଢି ଯାଉଛନ୍ତି | ତୃତୀୟ ଶ୍ରେଣୀରେ ପଢ଼ୁଥିବା ୟସାର୍ଥ ସିଂହ ଗୌର କହିଛନ୍ତି ଯେ ସ୍ପାଇଡର୍ ମ୍ୟାନ୍ ଫିଲ୍ମରୁ ପ୍ରେରିତ ହୋଇଥିଲେ | ସ୍ପାଇଡର୍ ମ୍ୟାନ୍ ଫିଲ୍ମ ଦେଖି ସ୍ପାଇଡର୍ ମ୍ୟାନ୍ ଭଳି କାନ୍ଥ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ | ସେ ଏଥିପାଇଁ ଘରେ ଲଗାତାର ଚେଷ୍ଟା କରିଥିଲେ | ସେ ବାରମ୍ବାର ତଳେ ପଡି ଯାଉଥିଲେ | କିନ୍ତୁ ଧୀରେ ଧୀରେ ସେ କୌଶଳ ଶିଖିଗଲେ ଓ ସ୍ପାଇଡର୍ ମ୍ୟାନ୍ ଭଳି କାନ୍ଥ ଚଢିବାରେ ଅଭ୍ୟସ୍ତ ହୋଇଗଲେ | ସେ କାନ୍ଥ ଚଢିବା ଶିଖିବା ପରେ ନିଜ ଭାଇକୁ କହିଥିଲେ | ତାଙ୍କ ଭାଇ ସମସ୍ତଙ୍କୁ କହିଦେଇଥିଲେ ବୋଲି ୟସାର୍ଥ କହିଛନ୍ତି |

{"id":326731,"sizeSlug":"large"}

ୟସାର୍ଥ ସିଂହ ଗୌର ବଡ ହୋଇ ଆଇପିଏସ୍ ଅଫିସର ହେବାକୁ ଇଛା ରଖିଛନ୍ତି | ସେ କହିଛନ୍ତି ଯେତେବେଳେ ସେ ପ୍ରଥମେ ସ୍ପାଇଡର୍ ମ୍ୟାନ୍ ଭଳି କାନ୍ଥ ଚଢ଼ିବାକୁ ଚେଷ୍ଟା କରିଥିଲେ, ତାଙ୍କ ପରିବାର ଲୋକ ତାଙ୍କୁ ହତୋତ୍ସାହିତ କରିଥିଲେ | ସେ ତଳେ ପଡିଯିବେ ଏବଂ ଆହତ ହେବେ ବୋଲି ତାଙ୍କ ପରିବାର ଲୋକେ ତାଙ୍କୁ ବାରମ୍ବାର ବାରଣ କରୁଥିଲେ |

wp:core-embed/youtube {"url":"https://www.youtube.com/embed/s4NuItAUtmA","type":"rich","providerNameSlug":"embed-handler","className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/s4NuItAUtmA
/wp:core-embed/youtube

କିନ୍ତୁ ପ୍ରତିଦିନ ୟସାର୍ଥ କାନ୍ଥ ଚଢିବା ଦେଖିବା ପରେ ଘରଲୋକ ତାଙ୍କୁ ଆଉ ରୋକି ନଥିଲେ | ୟସାର୍ଥ କହିଛନ୍ତି ଯେ ସେ କେବେ ବି ଏଥିପାଇଁ ଭୟ କରିନାହାନ୍ତି | ଖସି ଯାଇଥିଲେ ସେ ଡେଇଁ ପଡ଼ିଥାନ୍ତେ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.