ମନ୍ଦିର ଭିତରେ ୭ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ, ଝିଅ ବେଶରେ ଆସିଥିଲା ଅଭିଯୁକ୍ତ!

Published By : Prameya-News7 Bureau | December 23, 2019 IST

ପୁନେ ୨୩।୧୨:  ଜଣେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୁନେ ଛଟୁଶୃଙ୍ଗ ଅଞ୍ଚଳରେ ଥିବା ଏକ ମନ୍ଦିରରେ ନାବାଳିକାଙ୍କୁ ଜଣେ ଅଜଣା ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି ।

ବୁଧବାର ଦିନ ସ୍କୁଲରୁ ଫେରିବା ପରେ ନାବାଳିକା ନିଜ ମାଆଙ୍କୁ ପେଟ ରେ ପୀଡା ହେଉଥିବାର କହିଥିଲେ । ମାଆ ନାବାଳିକା ଝିଅଙ୍କୁ ନେଇ ସ୍ଥାନୀୟ ମେଡିକାଲକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଯୌନ ଉତ୍ପୀଡନ ହୋଇଥିବା ସନ୍ଦେହ କରିବା ସହ ଆଗକୁ କିଛି ଡାକ୍ତରୀ ପରୀକ୍ଷା ପାଇଁ ଶାଶୁନ ଜେନେରାଲ ମେଡିକାଲକୁ ରେଫର କରିଥିଲେ । କ୍ରାଇମବ୍ରାଞ୍ଚର ବରିଷ୍ଠ ଇନ୍ସପେକ୍ଟର ଅଞ୍ଜୁମ ବାଗବାନ କହିଛନ୍ତି ।

ସମସ୍ତ ଘଟଣା ସମ୍ପର୍କରେ ନାବାଳିକାଙ୍କୁ ମାଆ ପଚାରିଥିଲେ । ନାବାଳିକା କହିଥିଲେ ଯେ, ଗତ ସୋମବାର  ନିଜ ସାଥୀମାନଙ୍କ ସହ ଖେଳୁଥିବା ସମୟରେ ଜଣେ  ବ୍ୟକ୍ତି ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ବାଧ୍ୟ କରିଥିଲା , ପରେ ନାବାଳିକାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ କାଳେ ଚିତ୍କାର କରିବେ ସେ ଭୟରେ ଦୁଷ୍କର୍ମକାରୀ ତା ପାଟିକୁ ବନ୍ଦ କରିଦେଇଥିଲା । ଯାହାଫଳରେ କି ନାବାଳିକା କାହାକୁ ଡାକି ପାରିନଥିଲେ । ନିକଟରେ ଖେଳୁଥିବା ସାଙ୍ଗମାନେ ଘଟଣାସ୍ଥଳରୁ ଯାଇସାରିଥିଲେ । ଦୁଷ୍କର୍ମକାରୀ ଜଣେ ଝିଅ ବେଶରେ ଆସିଥିବାର ସୂଚନା ମିଳିଛି । ନାବାଳିକାକୁ ଆହତ ଅବସ୍ଥାରେ ଅଭିଯୁକ୍ତ ସେଠାରେ ଛାଡି ଯାଇଥିଲା । ମନ୍ଦିରର ପ୍ରବେଶ ଦ୍ବାରରେ ଏକ ସିସିଟିଭି କ୍ୟାମେରା ରହିଛି।  ଯାହାକି ଗଣେଷପୂଜାଠୁ ଖରାପ ଅଛି ବୋଲି ପୋଲିସ କହିଛି ।

IPC ଧାରା 376 (2) (I) (J) ସହ ସେକ୍ସନ 4, 6, 8, ଓ 10ରେ ଯୌନ ଉତ୍ପୀଡନରେ ନାବାଳିକା ସଂରକ୍ଷଣ ଅଧିନିୟମ (POCSO)ଅନୁଯାୟୀ ଛଟୁଶୃଙ୍ଗ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି । ପୋଲିସ ଇନ୍ସପେକ୍ଟର ଘଟଣାର ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.