Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

୭ ବର୍ଷର ଶିଶୁକୁ ଅପହରଣ ପରେ ହତ୍ୟା ! ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

16/01/2019 at 9:09 AM

ବ୍ରହ୍ମପୁର ୧୬|୧: ଅପହରଣ ପରେ ହତ୍ୟା ଅଭିଯୋଗ । ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ସଦାନନ୍ଦ  ବିହାର ସପ୍ତମ ଲେନରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ ହୋଇଛି । ହତ୍ୟା ଅଭିଯୋଗରେ ଜଣକୁ ପଚରାଉଚରା କରୁଛି ପୋଲିସ । ହତ୍ୟାର ପଛରେ କାରଣ କଣ ରହିଛି ସେନେଇ ପୋଲିସ ଖୋଳତାଡ କରୁଛି ।  ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ  ଦୁଇ ଜଣ ଏଏସପି ଶାନ୍ତନୁ ଦାସ, ପ୍ରଭାତ ରାଉତରାୟ ଏବଂ ଗୋଷାଣୀନୂଆଗାଁ ଥାନା ଆଇଆଇସି କୁଳମଣୀ ସେଠୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଥିବା ଜଣାଯାଇଛି । 

ଅଭିଯୋଗ ଅନୁଯାୟୀ ଗତ ଜାନୁୟାରୀ ୧୨ରେ ସଦାନନ୍ଦ ବିହାର ସପ୍ତମ ଲେନ୍ ଭଡାଘରେ ରହୁଥିବା  ନିରୂପମା ଆଚାର୍ଯ୍ୟଙ୍କର ୭ବର୍ଷର ପୁଅ ଅଂଶୁମାନଙ୍କୁ  ସମ୍ପର୍କୀୟ ମାମୁ ଦେବାଶିଷ ପଣ୍ଡା ସ୍କୁଲ ଛାଡିବା ଲାଗି ନେଇଥିଲେ । ହେଲେ ବିଳମ୍ବିତ ସମୟ ଯାଏଁ ଅଂଶୁମାନ କିମ୍ବା ତାଙ୍କୁ ଛାଡିବାକୁ ଯାଇଥିବା ଦେବାଶିଷଙ୍କ କୌଣସି ସନ୍ଧାନ ନ ମିଳିବାରୁ ଗୋଷାଣୀନୂଆଗାଁ ଥାନାକୁ ଯାଇ ନିରୂପମା ଏତଲା ଦେଇଥିଲେ । ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

ସୋମବାର ଛତ୍ରପୁର ନିକଟରୁ ଅଂଶୁମାନଙ୍କ ବିଦ୍ୟାଳୟ ପରିଚୟ ପତ୍ର ଏବଂ ହଳଦିଆପଦର ବ୍ରିଜ୍ ନିକଟରୁ ଏକ ସ୍କୁଟି ଏବଂ  ରକ୍ତ ଭିଜା ସାର୍ଟକୁ ପୋଲିସ ଜବତ କରିଛି । ରକ୍ତଭିଜା ସାର୍ଟକୁ ଦେଖି ଅଂଶୁମାନଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରି ତଦନ୍ତର ବିଭିନ୍ନ ଦିଗକୁ ବଢାଇଥିଲା । ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଦେଇଥିବା ବେଳେ ମାରାଥନ୍ ଜେରା ଚାଲିଥିବା ପୋଲିସ ପକ୍ଷରୁ ଜଣାଯାଇଛି । ଯୁବକ ଜଣକ ହତ୍ୟା ସ୍ଥଳ ଏବଂ ହତ୍ୟା ପରେ ଶବକୁ କେଉଁଠି ଲୁଚାଇ ରଖିଛନ୍ତି ତାହା ଜଣାଇବା ପରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରାଯିବ ବୋଲି ପୋଲିସ କହିଛି ।

   Related Posts