ବାଙ୍ଗିରିପୋଷୀରେ ଦୁଷ୍କର୍ମର ଶିକାର ହେଲା ୭ ବର୍ଷର ନାବାଳିକା
11/02/2019 at 9:18 AM

ମୟୂରଭଞ୍ଜ୧୧|୨: ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ୭ ବର୍ଷର ବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି। ବାଙ୍ଗିରିପୋଷି ଅଞ୍ଚଳର ଝିଅଟି ଗାଁ ପାଖ ନାଳକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଜଣେ ୧୪ ବର୍ଷର ବାଳକ ତାସହ ଦୁଷ୍କର୍ମ କରିଥିଲା । ଝିଅଟି ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା । ପ୍ରଥମେ ବାଙ୍ଗିରିପୋଷି ଏବଂ ପରେ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଗତ ଶନିବାର ଦିନ ଏହି ଘଟଣା ଘଟିଥିଲା, କିନ୍ତୁ ପରିବାର ପକ୍ଷରୁ କୌଣସି ଏତଲା ଦିଆ ଯାଇ ନଥିଲା। ଗତକାଲି ବାଙ୍ଗିରିପୋଷି ଥାନାରେ ନାବାଳିକାର ମାଆ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚୁରା କରୁଛି ।