ଭୁବନେଶ୍ୱର ୧୦/୧୧ : ନଭେମ୍ବର ୧୪ ତାରିଖରେ ଦେବୋତ୍ଥାନ ଏକାଦଶୀ। ପୌରାଣିକ କଥା ଅନୁଯାୟୀ ଏହି ଦିନରୁ ଭଗବାନ ବିଷ୍ଣୁ ପାତାଳରେ ବିଶ୍ରାମ କାଳ ସମାପ୍ତ କରି କ୍ଷୀର ସାଗରରୁ ବାହାରି ସୃଷ୍ଟିର ସଞ୍ଚାଳନ ଆରମ୍ଭ କରିଥାନ୍ତି। ୪ ମାସର ଚାତୁର୍ମାସ ପୁରା ହେବାକୁ ଯାଉଛି। ୧୪ ତାରିଖରୁ ଶୁଭ କାର୍ଯ୍ୟ ଆରମ୍ଭ ହେବ। ଦେବୋତ୍ଥାନ ଏକାଦଶୀ ପରେ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ବିବାହ ପାଇଁ ୧୫ ତାରିଖରୁ ଡିସେମ୍ବର ୧୩ ତାରିଖ ଯାଏଁ ଶୁଭ ମୁହୂର୍ତ୍ତ ଅଛି। ଏହି ଦୁଇ ମାସରେ ୧୬ଟି ବୈବାହିକ ମୁହୂର୍ତ୍ତ ଅଛି। ଏହାପରେ ୨୦୨୨ ଜାନୁଆରୀ ୧୫ ତାରିଖ ପରେ ବିବାହ ପାଇଁ ଶୁଭ ମୁହୂର୍ତ୍ତ ଅଛି। ତାପରେ ଏପ୍ରିଲରୁ ଜୁଲାଇ ଭିତରେ ଶୁଭ ମୁହୂର୍ତ୍ତ ଅଛି।
ଡେଵଉଠାଣି ଏକାଦଶୀର ଦିନେ ପରେ ଅର୍ଥାତ ୧୫ ତାରିଖରେ ତୁଳସୀ ବିବାହ ଅଛି। ହିନ୍ଦୁ ଧର୍ମରେ ତୁଳସୀ ଶାଳଗ୍ରାମ ବିବାହର ଅନେକ ମହତ୍ତ୍ୱ ରହିଛି। ହିନ୍ଦୁ ପାଞ୍ଜି ଅନୁଯାୟୀ ନଭେମ୍ବର ମାସରେ ୭ଟି ଶୁଭ ମୁହୂର୍ତ୍ତ ଓ ଡିସେମ୍ବର ମାସରେ ୬ଟି ଶୁଭ ମୁହୂର୍ତ୍ତ ଅଛି।
ନଭେମ୍ବରରେ ୧୫, ୧୬, ୨୦, ୨୧, ୨୮, ୨୯ ଓ ୩୦ ତାରିଖରେ ବିବାହ ପାଇଁ ଶୁଭ ମୁହୂର୍ତ୍ତ ଅଛି। ଡିସେମ୍ବର ମାସରେ ୧, ୨, ୬, ୭, ୧୧ ଓ ୧୩ ତାରିଖରେ ବିବାହ ପାଇଁ ଶୁଭ ମୁହୂର୍ତ୍ତ ଅଛି।