Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଗ୍ବାଲିୟରରୁ ୬ ହଳ ଲଙ୍ଗବିଲଡ ଶାଗୁଣା ପହଞ୍ଚିଲା ନନ୍ଦନକାନନ

28/11/2018 at 9:49 AM

ଭୁବନେଶ୍ବର ୨୮/୧୧: ମଙ୍ଗଳବାର  ରାତି ୧୦ଘଟିକା ସମୟରେ  ଗ୍ବାଲିୟର ଚିଡିଆ ଖାନାରୁ ୧୨ଟି ଲଙ୍ଗବିଲଡ  ପ୍ରଜାତିର ଶାଗୁଣା ନନ୍ଦନକାନନରେ ଆସି ପହଁଚିଛି।  ଏଠାରେ ସେଗୁଡିକୁ  ରାଜ୍ୟ ଉଦ୍ଭିଦ ଉଦ୍ଦ୍ୟାନରେ ନୂଆ କରି ହୋଇଥିବା ଭଲଚର  କଞରଭେସନ ବ୍ରିଡିଂ କେନ୍ଦ୍ରରେ ଛଡା ଯାଇଛି।  ଏମାନଙ୍କ ସ୍ବାସ୍ଥ୍ୟ ଭଲଥିବା ସୁଚନା ଦେଇଛନ୍ତି  ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ  ।   ତେବେ ଏମାନଙ୍କ  ମଧ୍ୟରୁ ପ୍ରତେକ ଶାଗୁଣା ଗୋଡରେ  ସଂ।କେତିକ  ବେଲଟ  ନମ୍ବରିଂ କରାଯାଇ ସେମାନଙ୍କ ଠାରୁ  ଗୋଟିଏ ଲେଖାଏଁ  ପର ସଂଗ୍ରହ କରାଯାଇଛି।  ଆସନ୍ତା କାଲି  ଏହି ପରଗୁଡିକୁ ଓୟୁଏଟି ପଠାଯାଇ ସେମାଙ୍କ  ଲିଙ୍ଗ ନିରୁପଣ କରାଯିବ।

ଆସିଥିବା ସମସ୍ତ ଶାଗୁଣା ମଧ୍ୟ ବୟସ୍କ ହୋଇ ଥିବା ବେଳେ ଏମାନଙ୍କ   ମିଳନପର୍ବ  ଗତ ଦୁଇମାସ ତଳୁ ସରିଛି। ଯଦି ସଫଳ ହୋଇ ଥିବ ତେବେ ଆସନ୍ତା ଦୁଇମାସରେ ଏମାନେ ଅଣ୍ଡା ଦାନ କରିବେ ।  ଏଠାରେ ଛୁଆ ହୋଇ ବଡ ହେଲେ ସେଗୁଡିକ  ଖୋଲା ପରିବେଶରେ ଛଡାଯିବା ନେଇ ଯୋଜନା ହୋଇଛି।

କୁହାଯାଉଛି  ପରିବେଶକୁ ପରିସ୍କାର କରୁଥିବା ଶାଗୁଣା ପକ୍ଷୀ ଗତ ୧୯୯୯ ମହାବାତ୍ୟା ପରଠାରୁ  ଆଉ ଦେଖାଯାଉ ନାହାନ୍ତି।  ଏଥିନେଇ ପରିବେଶ ବିତ୍ , ପରିବେଶ ବିଭାଗ ଚିନ୍ତିତ ହୋଇ ପଡିଛନ୍ତି।  ତେବେ ଏପରି ହିତକାରୀ  ପକ୍ଷୀକୁ  ପରିବେଶରେ ପୁନଃ ପ୍ରଚଳନ କରିବା ପାଇଁ  କୃତ୍ରିମ ଉପାୟ ଅବଲମ୍ବନ କରି ଏହାର ପ୍ରଜନନ ପାଇ ପ୍ରୟାସ ହୋଇଛି।  ଏନେଇ ଗତ ୨୦୦୮-୦୯ମସିହାରେ  ନନ୍ଦନକାନନ କତୃପକ୍ଷ ଙ୍କ ଉଦ୍ୟମ କ୍ରମେ  ପ୍ରାୟ ୭୦ ଲକ୍ଷ ଟଙ୍କା କେନ୍ଦ୍ରୀୟ ସହାୟତାରେ  ଏଠାରେ ଥିବା ରାଜ୍ୟଉଦ୍ଭିଦ ଉଦ୍ୟାନରେ ଏକ ଶାଗୁଣା ପ୍ରଜନନ କେନ୍ଦ୍ର ନିର୍ମ।ଣ ସରିଛି। ଏଥିପାଇଁ ଶାଗୁଣା ଶାବକ ମିଳୁନଥିବା କାରଣରୁ ଏହି ପ୍ରଜନନ କେନ୍ଦ  ଚାଲିବାରେ ବିଳମ୍ବ ହୋଇ  ପଡିରହିଥିଲା।

ତେବେ କେନ୍ଦ୍ରୀୟ ଚିଡିଆଖାନା ଗତ ୧୫ ଦିନ ତଳେ  ଗ୍ବାଲିୟର ଚିଡିଆଖାନାରୁ ୬ହଳ ଲଙ୍ଗବିଲଡି  ଶାଗୁଣା ଯୋଗାଇ ଦେବାକୁ  ନନ୍ଦନକାନନ କତୃପକ୍ଷ ଙ୍କୁ ପତ୍ର ପଠାଇବା ପରେ ୨୦ ତାରିଖରେ ୭ ଜଣିଆ ଟିମ୍ ଗ୍ବାଲିୟର ଅଭିମୁଖେ ଯାତ୍ରା କରିଥିଲେ।   ପୁର୍ବରୁ ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ନନ୍ଦନକାନନରେ  ୬ଟି ଶାଗୁଣା ଏଠାରେ ରହିଛନ୍ତି। ଏମାନଙ୍କ ମଧ୍ୟରେ ୩ଟି ସିନିରିୟସ ଭଲଚର, ଦୁଇଟି  ହ୍ବାଇଟବକଡ ଭଲଚର,ଗୋଟିଏ   ଲଙ୍ଗବିଲଡ ଭଲଚର ଏଠାରେ ରହିଛନ୍ତି। ପର୍ଯ୍ୟଟକଙ୍କୁ ଦେଖେଇବା ପାଇଁ ଏମାନଙ୍କୁ ଖୁଆଡରେ ରଖାଯାଇଛି।

 

   Related Posts