Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଆପଣ ବି ବ୍ୟବହାର କରୁଛନ୍ତି କି ଏହି ୭ଟି ଆପ୍ ? ହୋଇଯାଆନ୍ତୁ ସାବଧାନ, ଅନଲାଇନ୍ ଲିକ୍ ହୋଇଛି ୨ କୋଟି ୟୁଜର୍ସଙ୍କ ଡାଟା

21/07/2020 at 1:01 PM

ନୂଆଦିଲ୍ଲୀ ୨୧/୦୭ : ଡାଟା ଲିକ୍ ମାମଲା ଲଗାତାର ବଢି ବଢି ଚାଲିଛି | ଏକ ରିପୋର୍ଟରୁ ଜଣାପଡିଛି ଯେ VPN ସେବାକୁ ଆମେ ଯେତିକି ସୁରକ୍ଷିତ ବୋଲି ଭାବିଥାଉ ତାହା ସେତିକି ସୁରକ୍ଷିତ ନୁହେଁ | ହଙ୍ଗକଙ୍ଗର 7 VPN ପ୍ରୋଭାଇଡ଼ର୍ସର ୟୁଜର୍ସଙ୍କ ଡାଟା ଲିକ୍ ହୋଇଛି | ଯଦି ଆପଣ ମଧ୍ୟ VPN ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ କାରଣ 7 VPN ଆପ ବ୍ୟବହାର କରୁଥିବା ପାଖାପାଖି ୨ କୋଟି ୟୁଜର୍ସଙ୍କ ଡାଟା ଲିକ୍ ହୋଇଛି |

VPN ସେବା ଦାବି କରିଛି ଯେ ଦୁନିଆରେ ଏହାର ୨ କୋଟି ୟୁଜର୍ସ ଅଛନ୍ତି | ରିସର୍ଚ୍ଚରୁ ଜଣାପଡିଛି ୨ କୋଟି ୟୁଜର୍ସଙ୍କ ଡାଟା ଅନଲାଇନ୍ ଲିକ୍ ହୋଇଛି ଯେଉଁଥିରେ 1.2TB ଡାଟା ସାମିଲ ରହିଛି | ଜାଣନ୍ତୁ ସେହି 7 VPN ଆପ୍ କ’ଣ କ’ଣ :

UFO VPN

FAST VPN

Free VPN

Super VPN

Flash VPN

Secure VPN

Rabbit VPN

vpnMentor ର ରିସର୍ଚ୍ଚ ଟିମ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ VPN ସେବା ପ୍ରଦାନକାରୀ କମ୍ପାନୀ ପର୍ଶନାଲ୍ ଆଇଡେଣ୍ଟିଫିଏବଲ୍ ଇନଫର୍ମେଶନ୍ (PII) ଡାଟା ଆପ୍ ରୁ ଲିକ୍ କରିଛି | କିନ୍ତୁ VPN ଦେଉଥିବା କମ୍ପାନୀ ଦାବି କରିଛି ଯେ କୌଣସି ଡାଟା ଲିକ୍ ହୋଇନାହିଁ | ଏଥିରୁ ଅଧିକାଂଶ ଆପ୍ ଦାବି କରିଛି ଯେ ଏହା ‘no-log VPNs’ ଅଫର୍ କରିଥାଏ | ଅର୍ଥାତ ଏହା ନିଜ ନେଟୱାର୍କରେ କୌଣସି ୟୁଜର୍ସଙ୍କ ଆକ୍ଟିଭିଟି ରେକର୍ଡ ରଖେନାହିଁ | ସମ୍ଭବତଃ ଏହିସବୁ କମ୍ପାନୀର ଏହି ପଏଣ୍ଟ୍ ନିଜକୁ ପ୍ରମୋଟ୍ କରିବାକୁ ବ୍ୟବହାର କରାଯାଇଥାଏ |

VPN ରେ କିଛି ଆପ୍ ବହୁତ ଲୋକପ୍ରିୟ ଏବଂ ଏହାକୁ ଗୁଗଲ୍ ପ୍ଲେ ଷ୍ଟୋର୍ ଏବଂ ଏପଲ୍ ପ୍ଲେ ଷ୍ଟୋରରେ ଭଲ ରେଟିଙ୍ଗ୍ ମିଳିଛି | ଏଥିରୁ ହଙ୍ଗକଙ୍ଗର ସୁପର୍ VPN କମ୍ପାନୀ Nownetmobi କୁ ପ୍ଲେଷ୍ଟୋରରେ ୪.୬ ରେଟିଙ୍ଗ୍ ଓ ଏପଲ୍ ପ୍ଲେ ଷ୍ଟୋରରେ ୪.୯ ଷ୍ଟାର୍ ରେଟିଙ୍ଗ୍ ମିଳିଛି | ଆଉ ଏକ ହଙ୍ଗକଙ୍ଗ୍ ବେସ୍ଡ UFO VPN ର Dreamfii HK ଲିମିଟେଡ଼କୁ ମଧ୍ୟ ଗୁଗଲ୍ ପ୍ଲେ ଷ୍ଟୋରରେ ୪.୫ ଓ ଆପ୍ ଷ୍ଟୋରରେ ୪.୮ ଷ୍ଟାର ମିଳିଛି | ସୂଚନା ଅନୁଯାୟୀ Rabbit VPN ଛଡା ଅନ୍ୟ ସମସ୍ତ ଆପ୍ ସବୁ ପ୍ଲେ ଷ୍ଟୋରରେ ସାମିଲ ରହିଛି |

   Related Posts