Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବଢୁଛି ସଂକ୍ରମଣ, ୭ ଗାଁକୁ ସଟଡାଉନ୍ କଲା ପ୍ରଶାସନ

25/06/2021 at 8:03 AM

ମୁମ୍ବାଇ, ୨୫।୦୬ : ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ଗାଁ କାଟେବାଡିକୁ ୭ ଦିନ ପାଇଁ ସଟଡାଉନ୍ କରାଯାଇଛି । ବାରାମତୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ପୁଣେ ଜିଲ୍ଲାରେ କରୋନା ମାମଲା କମିଥିବା ବେଳେ ବାରାମତୀ ଅଞ୍ଚଳରେ କିନ୍ତୁ ସଂକ୍ରମଣ ଥମିବାର ନାଁ ନେଉନାହିଁ । ତେଣୁ ପ୍ରଶାସନ ପକ୍ଷରୁ ହଟସ୍ପଟ୍ ଚିହ୍ନଟ କରାଯାଇ ୭ଟି ଜିଲ୍ଲାକୁ ସଟଡାଉନ୍ କରାଯାଇଛି । କାରଣ ମାରାମତୀ ଅଞ୍ଚଳରେ ଗୋଟିଏ ଦିନରେ ପ୍ରାୟ ୫୦୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ କମିଥିଲା । ଏବେ କିନ୍ତୁ ସଂକ୍ରମଣ ପୁଣି ବଡିବା ଆରମ୍ଭ କରିଛି । ତେଣୁ ବାରାମତୀ ତହସିଲଦାର ଦାଦାସାହେବ କାମ୍ବଲେ ୭ ଗାଁକୁ ସଟଡାଉନ୍ ଘୋଷଣା କରିଛନ୍ତି । ଜୁଲାଇ ୭ ଯାଏଁ ଏହି ସବୁ ଗାଁରେ କଟକଣା ଜାରି ରହିବ ।

ସୂଚନାଯୋଗ୍ୟ, ବାରାମତୀରେ ଏବେସୁଦ୍ଧା ୨୫ ହଜାର ୪୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୪ ହଜାର ୪୭୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏବେବି ୯୫୦ରୁ ଅଧିକ ସକ୍ରିୟ କେସ୍ ରହିଛି । ତେଣୁ ସଂକ୍ରମଣର ବିପଦ ଦିନକୁ ଦିନ ବଡିବାରେ ଲାଗିଛି । ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ଗାଁରେ ପ୍ରଶାସନ ଆମ୍ଟିଜେନ୍ ଟେଷ୍ଟ କରିଥିଲା । ୨୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରଶାସନ ପକ୍ଷରୁ ଗାଁକୁ ୭ ଦିନିଆ ସଟଡାଉନ୍ ଘୋଷଣା କରାଯାଇଛି ।

   Related Posts