Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଲକଡାଉନ୍ ବେଳେ ଘରେ ରହି ଏସବୁ ଭୁଲ୍ କଲେ ଆପଣ ନିଶ୍ଚୟ ଆକ୍ରାନ୍ତ ହେବେ କରୋନା ଭାଇରସରେ

10/04/2020 at 11:46 AM

କରୋନା ଭାଇରସରୁ ବର୍ତ୍ତିବା ପାଇଁ ସ୍ବଚ୍ଛତାଠୁ ଆରମ୍ଭ କରି ଛୋଟ ଛୋଟ ଅଭ୍ୟାସଗୁଡ଼ିକ ମଧ୍ୟ ଠିକ୍ ରଖିବା ଜରୁରୀ ନଚେତ୍ ଆପଣଙ୍କଠାରେ ସଂକ୍ରମଣର ସମ୍ଭାବନା ବଢ଼ିଯାଇଥାଏ। ମେଡିକାଲ୍ ଏକ୍ସପର୍ଟଙ୍କ ଅନୁସାରେ ଯଦି ଆପଣ କରୋନା ଭାଇରସଠୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ଯେତେ ଶୀଘ୍ର ହୋଇପାରିବ ଏହି ଅଭ୍ୟାସକୁ ଛାଡ଼ି ଦିଅନ୍ତୁ।

୧. ନଖ କାମୁଡ଼ିବା : ନଖ ମଧ୍ୟରେ ଅନେକ ପ୍ରକାରର ଜୀବାଣୁ ରହିଥାଏ। ହାତ ନଧୋଇ ସିଧା ହାତକୁ ପାଟିରେ ପୂରାଇଲେ ବ୍ୟାକ୍ଟେରିଆ ସହଜରେ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ଏଥିପାଇଁ ଯଦି ଆପଣଙ୍କର ନଖ କାମୁଡ଼ିବାର ଅଭ୍ୟାସ ରହିଛି ତେବେ ଏହାକୁ ଶୀଘ୍ର ଛାଡ଼ି ଦିଅନ୍ତୁ।

୨.ବ୍ରଣକୁ ଫଟାଇବା : ଯଦି ଆପଣଙ୍କର ବ୍ରଣ ସମସ୍ୟା ରହିଛି ତେବେ ସ୍କିନ୍ ଟ୍ରିଟମେଣ୍ଟ ନେବା ପାଇଁ ଆପଣ ଏବେ ପାର୍ଲର ଯାଇ ପାରିବେ ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ନିଜ ଚିକିତ୍ସା ନିଜେ କରିବେ। ଏହି ମହାମାରୀ ସମୟରେ ଆପଣଙ୍କୁ ଏପରି କୌଣସି କାମ କରିବା ଅନୁଚିତ୍ ଯାହା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହେବ। ଏହି ସମୟରେ ଭାଇରସ କୌଣସି ସ୍ଥାନରେ ମଧ୍ୟ ରହିପାରେ। ଏପରି ପରିସ୍ଥିତିରେ ବ୍ରଣକୁ ବାରମ୍ବାର ଛୁଇଁବା ଦ୍ବାରା ସଂକ୍ରମଣର ଆଶଙ୍କା ଥାଇପାରେ।

୩. କେଶକୁ ଆଙ୍ଗୁଳିରେ ମୋଡ଼ିବା : ଯଦି ଆପଣଙ୍କୁ ନିଜ କେଶକୁ ଆଙ୍ଗୁଳିରେ ଘୂରାଇବାର ଅଭ୍ୟାସ ରହିଛି ତେବେ ଏପରି ଅଭ୍ୟାସକୁ ଶୀଘ୍ର ଛାଡ଼ି ଦିଅନ୍ତୁ। ଖାସକରି ଯଦି ଆପଣଙ୍କ କେଶ ଲମ୍ବା ଥିବ। ଯଦି ଆପଣଙ୍କ କେଶରେ ଭାଇରସ୍ ଥିବ ତେବେ ଏହା ଆପଣଙ୍କ ହାତକୁ ଆସିପାରେ। ଏହା ପରେ ହାତରୁ ମୁହଁ ଏବଂ ନାକ ଜରିଆରେ ଶରୀରକୁ ପ୍ରବେଶ କରିପାରେ।

୪. ବେଡଶିଟ୍ ନ ଧୋଇବା : ଯଦି ଆପଣ ନିଜ ବେଡଶିଟକୁ ଦୁଇ ସପ୍ତାହରେ ଧୋଉଛନ୍ତି ତେବେ ଏହି ଅଭ୍ୟାସକୁ ବଦଳାନ୍ତୁ। ଭାଇରସ୍ ବେଡଶିଟରେ ମଧ୍ୟ ଥାଇପାରେ। ଏଥିପାଇଁ ଶରୀରର ସମ୍ପର୍କରେ ଆସୁଥିବା ପୋଷାକକୁ ନିୟମିତ ଭାବେ ଧୁଅନ୍ତୁ। ଯେଉଁମାନେ ଚାଦର ଏବଂ ତଉଲିଆକୁ ୧-୨ ସପ୍ତାହରେ ଥରେ ଧୁଅନ୍ତି ,ସେମାନଙ୍କୁ ଏକ ସପ୍ତାହରେ ଅତି କମରେ ୨-୩ଥର ଧୋଇବା ଉଚିତ୍।

୫. ବାଥରୁମ୍ ଓ୍ବାଶ ବେସିନରେ ଟୁଥବ୍ରଶ୍ ରଖିବା : ଗୋଟିଏ ଭୁଲ୍ ଅଭ୍ୟାସ ଆପଣଙ୍କୁ ରୋଗ ଆଣି ଦେଇପାରେ। କେତେକ ଲୋକ ବାଥରୁମର ଓ୍ବାଶ୍ ବେସିନରେ ଫ୍ଲାଟ୍ ଭାବେ ଟୁଥବ୍ରଶକୁ ରଖି ଥାଆନ୍ତି। ଏପରି ରଖିବା ଦ୍ବାରା ଆପଣଙ୍କ ପାଟି ରାସ୍ତାରେ ଭାଇରସ୍ ଶରୀରକୁ ପ୍ରବେଶ କରିଥାଏ। ଟୁଥବ୍ରଶକୁ ସବୁବେଳେ ସିଧା ରଖନ୍ତୁ।

୬. ଆଙ୍ଗୁଳିରେ ଦାନ୍ତକୁ ସଫା କରିବା : ଖାଇବା ସମୟରେ କିଛି ଜିନିଷ ଦାନ୍ତରେ ଲାଖି ଯାଇଥାଏ। ଯଦି ଆପଣ ମଧ୍ୟ ହାତରେ ଏହାକୁ ବାହାର କରିବାକୁ ଉଦ୍ୟମ କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ। ଆପଣଙ୍କ ହାତରେ ଭାଇରସ୍ କିମ୍ବା ଅନ୍ୟ ଜୀବାଣୁ ଲାଗି ଥାଇପାରେ। ହାତ ଧୋଇବା ପରେ ଆଙ୍ଗୁଳିକୁ ଦାନ୍ତ ପାଖକୁ ନେଇ ଯାଆନ୍ତୁ। ଯଦି ଆପଣଙ୍କ ଦାନ୍ତରେ କିଛି ଫସିଛି ତେବେ ଏହାକୁ ଟୁଥବ୍ରଶରେ ବାହାର କରନ୍ତୁ।

୭. ଖାଇବା ସେୟାର କରିବା : ଏହି ମହାମାରୀ ପରସ୍ପର ଦ୍ବାରା ବ୍ୟାପୁଛି। ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ ଖାଦ୍ୟ ସେୟାର କରି ଖାଇବାର ଅଭ୍ୟାସ ଅଛି ତେବେ ସାବଧାନ ହୋଇଯାଆନ୍ତୁ ଭାଇରସ୍ ଖାଦ୍ୟ,ପାଣି ଏବଂ ବାସନ ସେୟାର କରିବା ଦ୍ବାରା ବ୍ୟାପିପାରେ। ଏଥିପାଇଁ ଏହି ସମୟରେ ଆପଣଙ୍କ ଖାଦ୍ୟ ଏବଂ ବାସନ କାହା ସହ ସେୟାର କରନ୍ତୁ ନାହିଁ।

   Related Posts