ନାଗା ବାବାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ୭ କିନ୍ନର ଗିରଫ

Published By : Prameya-News7 Bureau | June 15, 2018 IST

ଖଣ୍ଡଗିରି ଅଂଚଳରେ ନାଗା ବାବାଙ୍କୁ କିନ୍ନର ଆକ୍ରମଣ କରିବା ଘଟଣାରେ ୭ କିନ୍ନରଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ | ନାଗା ବାବାଙ୍କ ଏତଲାକୁ ଆଧାର କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ | ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ | ଗତକାଲି ସଂଘବଦ୍ଧ ଭାବେ କିଛି କିନ୍ନର ଖଣ୍ଡଗିରି ପାହାଡ ନିକଟରେ ଥିବା ନାଗା ବାବାଙ୍କୁ ଆକ୍ରମଣ କରିଥିଲେ | ବାବାଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ | ନାଗା ବାବାଙ୍କ ଆଶ୍ରମ ନିକଟରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା କିନ୍ନରଙ୍କୁ ଦୃଢ ପରିବାଦ ସହ ବିରୋଧ କରିଥିଲେ ନାଗା ବାବା | ବାବାଙ୍କ ବିରୋଧରେ ଉତକ୍ଷିପ୍ତ ହୋଇ ବାବାଙ୍କୁ ଆକ୍ରମଣ କରିଥିଲେ କିନ୍ନର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.