Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଫଳ ଓ ପନିପରିବାକୁ କିଭଳି ଜୀବାଣୁ ମୁକ୍ତ କରିବେ ଜାଣନ୍ତୁ ୭ଟି ଟିପ୍ସ

20/07/2020 at 5:22 PM

ଭୁବନେଶ୍ୱର ୨୦/୦୭ : ଆମେ ବଜାରରୁ ଆଣୁଥିବା ଫଳ ଓ ପନିପରିବାରେ ଅନେକ ପ୍ରକାର ଜୀବାଣୁ ରହିଥାନ୍ତି | ଫେଡେରାଲ ହେଲ୍ଥ ବିଭାଗ ରିପୋର୍ଟ ଅନୁଯାୟୀ, ପ୍ରତି ବର୍ଷ ପାଖାପାଖି ୪୮ ମିଲିୟନ ଲୋକ ଫଳ ଓ ପନିପରିବାରେ ଥିବା ଜୀବାଣୁ ଯୋଗୁଁ ଅସୁସ୍ଥ ହୋଇଥାନ୍ତି | ଅଧିକାଂଶ ଲୋକ ଜାଣିଛନ୍ତି ଯେ, ଆମିଷକୁ ଭଲ ଭାବେ ସଫା କରି ଖାଇବା ଉଚିତ କାରଣ ଏଥିରେ ଅଧିକ ଜୀବାଣୁ ଥାଆନ୍ତି | ଭଲ ଭାବେ ସଫା ନ କରି ଖାଇଲେ ନାନା ରୋଗ ହେବାର ସମ୍ଭାବନା ରହିଥାଏ | କିଛି ବର୍ଷ ପୂର୍ବରୁ ଆମେରିକାରେ ବହୁ ଲୋକ ଫଳ ଓ ପରିବା ଯୋଗୁଁ ରୋଗାକ୍ରାନ୍ତ ହୋଇଥିଲେ | ଏହି ପରିବା ମଧ୍ୟରେ ପାଳଙ୍ଗ ଶାଗ, ଟମାଟୋ, ବନକ ଆଦି ସାମିଲ ଥିଲା |

ଫୁଡ ଆଣ୍ଡ ଡ୍ରଗର ଅଧିକାରୀ ତଥା ଖାଦ୍ୟ ପାନୀୟ ରୋଗ ବିଶେଷଜ୍ଞ ଗ୍ଲେଣ୍ଡ ଲିୱିଶ କହିଛନ୍ତି ଯେ ତଟକା ପରିବାରେ ମଧ୍ୟ ଜୀବାଣୁ ଥାନ୍ତି | ପରିବା ଉତ୍ପାଦନ ସମୟରେ ବା ଚାଷ ସମୟରେ ଏହି ପରିବା ଏବଂ ଫଳ ବିଭିନ୍ନ ପଶୁପକ୍ଷୀଙ୍କ ସଂସ୍ପର୍ଶରେ ଆସିଥାନ୍ତି | ମାଟି ଓ ପାଣିରେ ଥିବା କିଛି ଉପାଦାନ ମଧ୍ୟ କ୍ଷତି ପହଞ୍ଚାଇଥାଏ | ଜମିରୁ ଉତ୍ପାଦନ ଆସିବା ପରେ ମଧ୍ୟ ନାନା ଲୋକଙ୍କ ସଂସ୍ପର୍ଶରେ ଆସିଥାଏ ଯେଉଁଥିପାଇଁ ଜୀବାଣୁ ଜନିତ ରୋଗର ଆଶଙ୍କା ରହିଥାଏ | ଏହାପରେ ମଧ୍ୟ ଫୁଡ ପ୍ୟାକିଂ ଏବଂ ଷ୍ଟୋରେଜ ମାଧ୍ୟମରେ ଏହା ଜୀବାଣୁ ସଂସ୍ପର୍ଶରେ ଆସିଥାଏ |

FDA ଅନୁଯାୟୀ, ଫଳ କିମ୍ବା ପନିପରିବା କିଣିବା ସମୟରେ କଟିଯାଇଥିବା କିମ୍ବା ଖଣ୍ଡିଆ ହୋଇଯାଇଥିବା ପରିବା କେବେ ମଧ୍ୟ କିଣିବା ଉଚିତ ନୁହେଁ | କାରଣ କଟିଯାଇଥିବା ପରିବାରେ ଅଧିକ ଜୀବାଣୁ ରହିଥାଏ |

ବଜାରରୁ କିଣୁଥିବା ଫଳ ଓ ପରିବା ଆଦିକୁ ଜୀବାଣୁ ମୁକ୍ତ କରିବାକୁ ଏହି ୭ଟି ଟିପ୍ସ ଅବଲମ୍ବନ କରନ୍ତୁ :

୧. ପରିବା କାଟିବା ପୂର୍ବରୁ ଏବଂ ପରେ ନିଜ ହାତକୁ ୨୦ ସେକେଣ୍ଡ ଯାଏଁ ଭଲ ଭାବେ ଉଷୁମ ପାଣିରେ ଧୁଅନ୍ତୁ |

୨. ରୋଷେଇ କରିବା ପୂର୍ବରୁ ପରିବା ଯଦି କୌଣସି ଭାଗରୁ ନଷ୍ଟ ହୋଇଯାଇଥାଏ ତାହେଲେ ସେହି ଭାଗକୁ କାଟି ଭଲ ଭାବେ ସଫା କରନ୍ତୁ |  

୩. ଫଳ କିମ୍ବା ପରିବା କାଟିବା ପୂର୍ବରୁ ଛୁରୀକୁ ମଧ୍ୟ ଭଲ ଭାବେ ଧୋଇ ସଫା କରନ୍ତୁ ଯେପରିକି ଛୁରୀରେ ଥିବା ବ୍ୟାକ୍ଟେରିଆ ଫଳ କିମ୍ବା ପରିବାକୁ ନ ଯାଏ |

୪. ଫଳ ଓ ପରିବାକୁ ରୋଷେଇ କରିବା ପୂର୍ବରୁ ଭଲ ଭାବେ ଧୋଇ ଦିଅନ୍ତୁ | ସାବୁନରେ ଧୋଇବା କିଛି ଆବଶ୍ୟକ ନାହିଁ | ପାଣି ଟ୍ୟାପ ଆଗରେ ଭଲ ଭାବେ ଧୋଇବା ଆବଶ୍ୟକ |

୫. କଖାରୁ, କାକୁଡି ଆଦି ପରିବାକୁ ପରିବା ଧୁଆ ବ୍ରସରେ ଭଲ ଭାବେ ଘଷି ସଫା କରନ୍ତୁ | ଭଳି

୬. ପରିବା କିମ୍ବା ଫଳକୁ ଭଲ ଭାବେ ଧୋଇବା ପରେ ତାକୁ ଏକ ସଫା ନ୍ୟାପକିନରେ ପୋଛି ଦିଅନ୍ତୁ କିମ୍ବା ସଫା କପଡାରେ କିଛି ସମୟ ରଖିଦିଅନ୍ତୁ | ଯଦିବା କିଛି ବ୍ୟାକ୍ଟେରିଆ ଥିବା ତାହେଲେ ସେ ମଧ୍ୟ ସଫା ହୋଇଯିବ |

୭. ବନ୍ଧାକୋବି ଏବଂ ଅନ୍ୟାନ୍ୟ ପତ୍ରଯୁକ୍ତ ପରିବାର ୨-୩ ପରାସ୍ତ ପତ୍ର କାଢି ଫୋପାଡ଼ି ଦିଅନ୍ତୁ ଏବଂ ଭଲ ଭାବେ ସଫା କରି ରୋଷେଇ କରନ୍ତୁ |

ଗ୍ଲେଣ୍ଡ ଲିୱିଶ କହିଛନ୍ତି ଯେ ପରିବାକୁ ଫ୍ରିଜରେ ୪୦ ଡିଗ୍ରୀ କିମ୍ବା ତାଠାରୁ କମ ତାପମାତ୍ରାରେ ରଖିବା ଉଚିତ |

   Related Posts