Monday, September 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରକ୍ତଦାନ କରୁଛନ୍ତି କି ? ରକ୍ତଦାନ ପୂର୍ବରୁ ଏହି ୭ଟି କଥା ଉପରେ ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର ୧୪/୬ : ରକ୍ତଦାନ ମହାପୂଣ୍ୟ । ରକ୍ତଦାନ ଦ୍ୱାରା ଜଣକର ଜୀବନ ରକ୍ଷା କରାଯାଇପାରେ । ସେଥିପାଇଁ ରକ୍ତଦାନକୁ ମହାତଦାନ ବୋଲି କୁହାଯାଏ । ରକ୍ତଦାନ ସମୟରେ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଏହିସବୁ ଜିନିଷ ଉପରେ ଧ୍ୟାନ ନଦେଲେ ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ସେଥିପାଇଁ ରକ୍ତଦାନ ପୂର୍ବରୁ ରକ୍ତଦାତାଙ୍କ ମେଡିକାଲ ଯାଞ୍ଚ କରାଯାଇଥାଏ, ଯେଭଳି କୌଣସି ବିପଦ ନରହେ । ଆସନ୍ତୁ ଜାଣିବା ରକ୍ତଦାନ ପୂର୍ବରୁ କେଉଁ କେଉଁ ସତର୍କତା ଅବଲମ୍ବନ କରିବା ଦରକାର :

୧. ରକ୍ତଦାନର ୨୪ ଘଣ୍ଟା ପୂର୍ବରୁ ରକ୍ତଦାତାଙ୍କୁ ବିଡି, ସିଗାରେଟ ସେବନ ନକରିବା ଉଚିତ । ଏହାଛଡା ରକ୍ତଦାନ କରିବାର ୩ ଘଣ୍ଟା ପର୍ଯ୍ୟନ୍ତ ଧୂମପାନ କରିବା ଅନୁଚିତ ।

947303506 Doctor collecting samples while a volunteer gives blood

୨. ରକ୍ତଦାନର ୩ଘଣ୍ଟା ପରେ ପୃଷ୍ଟିକର ଖାଦ୍ୟ ଖାଇବା ଉଚିତ । ମିଠା ଫଳ ସେବନ କରିବା ଅଧିକ ସ୍ୱାସ୍ଥ୍ୟକର ।

୩. ରକ୍ତଦାନ ପରେ ଫାଷ୍ଟଫୁଡ ଖାଦ୍ୟ ଖାଇବା ଶରୀର ପକ୍ଷେ କ୍ଷତିକାରକ । ଡାକ୍ତରଙ୍କ ପରାମର୍ଶ ନେଇ ଭଲ ଖାଦ୍ୟ ଖାଆନ୍ତୁ ।

୪. ରକ୍ତଦାନ ପରବର୍ତ୍ତୀ ଦିନ ଜିମରେ ବ୍ୟାୟାମ କିମ୍ବା କୌଣସି ପ୍ରକାର ୱାର୍କ ଆଉଟ୍ କରିବା ଅନୁଚିତ । ପ୍ରଥମେ ଶରୀରରେ ରକ୍ତ ସଂଚାଳନ ଭଲ ଭାବେ ହେବାପରେ ବ୍ୟାୟାମ କରିବା ଉଚିତ ।

୫. ମଦ୍ୟପାନ କରିବାର ୪୮ ଘଣ୍ଟା ପର୍ଯ୍ୟନ୍ତ ରକ୍ତଦାନ କରନ୍ତୁନାହିଁ । ଆଲକହଲରେ ଥିବା ତତ୍ୱ ଯୋଗୁଁ ରକ୍ତ ନେଉଥିବା ବ୍ୟକ୍ତିଙ୍କ ଶରୀରରେ ବିପରୀତ ପ୍ରଭାବ ପଡିଥାଏ ।

୬. ରକ୍ତଦାନ କଲାବେଳେ ନିଜ ଶରୀରର ମଧ୍ୟ ଧ୍ୟାନ ନେବା ଦରକାର । ଥରକେ ଶରୀରରୁ ୪୭୧ ମିଲିଲିଟର ରକ୍ତ ନିଆଯାଇଥାଏ । ତାଠାରୁ ଅଧିକ ନିଆଯାଇନାହିଁ ।

୭. ଯେକୌଣସି ସୁସ୍ଥ ବ୍ୟକ୍ତି ରକ୍ତଦାନ କରିପାରିବେ । ପୁରୁଷମାନେ ୩ ମାସରେ ଥରେ ରକ୍ତଦାନ କରିପାରିବେ । ମହିଳାମାନେ ୪ ମାସରେ ଥରେ ରକ୍ତଦାନ କରିପାରିବେ ।

395 Views

   ସମ୍ବନ୍ଧିତ ଖବର